www.samajalive.in
Saturday, December 13, 2025
21.1 C
Bhubaneswar

ଡିସେମ୍ବର ୮ ରୁ ଜାତୀୟ ସମ୍ବଲପୁରୀ ସମ୍ମିଳନୀ

ସମ୍ବଲପୁର : ସାମାଜିକ ସାଂସ୍କୃତିକ ସ୍ବେଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଆସନ୍ତା ଡିସେମ୍ବର ୮ରୁ ୧୨ ତାରିଖ ଯାଏଁ ହେବାକୁ ଥିବା ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ପାଇଁ ରବିବାର ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଜେଲ ଛକ ପାଖରେ ଥିବା ଗୁରୁଶ୍ରୀ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା ଠାରେ ହେବ ଏହି ପାଞ୍ଚ ଦିନିଆଁ ସମ୍ବଲପୁରୀ ସମ୍ମିଳନୀ।

୨୦୧୩ ମସିହା ରୁ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ର ପରିଚୟ ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କ ଜନ୍ମ ଦିନ ୧-ଅଗଷ୍ଟ ରେ ଆରମ୍ଭ ହୋଇଥିବା ସମ୍ବଲପୁରୀ ଦିନ ର ଅଭୁତପୂର୍ବ ସଫଳତା ପରେ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା କୁ ଆହୁରି ରୁଦ୍ଧିବନ୍ତ ଓ ଶାଣିତ କରିବା ପାଇଁ ୨୦୧୮ ରୁ ମଞ୍ଚ ପକ୍ଷରୁ ଏହି ଜାତୀୟ ସମ୍ବଲପୁରୀ ସମ୍ମିଳନୀ ର ଆୟୋଜନ କରାଯାଉଛି। ସମ୍ବଲପୁରୀ ନାଚ, ଗୀତ, ସଙ୍ଗୀତ, ନାଟକ, ବାନ୍ଧକଳା, ଖାଦ୍ୟପେୟ ର ଏକ ଅଭୁତପୂର୍ବ ମିଳନ ସ୍ଥଳୀ ହେବ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ବୋଲି ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି କହିଛନ୍ତି।

- Advertisement -

ସ୍ଥାନୀୟ ଜେଲ ଛକ ନିକଟସ୍ଥ ଗୁରୁଶ୍ରୀ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା ଠାରେ ହୋଇଥିବା ଆଜିର ବୈଠକ ରେ ଆଗାମୀ ଜାତୀୟ ସମ୍ବଲପୁରୀ ସମିଳନୀ ରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟ ରେ ସବିଶେଷ ଆଲୋଚନା ହୋଇଥିଲା। ହାଇ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା, ସବୁଦିନ ସନ୍ଧ୍ୟା ରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ, ଗୁରୁ ଭଗବାନ ସାହୁ ଙ୍କ ବୀର ସୁରେନ୍ଦ୍ର ସାଏ ଓ ଟଁଢେଇ ନାଟକ, ସମ୍ମାନିତ କାର୍ଯ୍ୟକ୍ରମ, ସମ୍ବଲପୁରୀ କପଡା ବଜାର, ଖାଦ୍ୟପେୟ ବଜାର ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରା ଯାଇ ବିଭିନ୍ନ ସଦସ୍ୟ ସଦସ୍ୟା ଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା।

ମଞ୍ଚ ର ସମ୍ବଲପୁର ଶାଖା ସଂଯୋଜକ କିଶୋର ଧରେଇ ଙ୍କ ନେତୃତ୍ୱ ରେ ହୋଇଥିବା ଆଜିର ଏହି କାର୍ଯ୍ୟକ୍ରମ ରେ ଭବାନୀଷ ଭୋଇ, ମାନସ ରଞ୍ଜନ ବକ୍ସି, ଶଙ୍କର ମେହେର, ଭୂମିସୁତା ମେହେର, ଝୁନୁ ତ୍ରିପାଠୀ, ସୁଶମା ପ୍ରଧାନ, ଛବି ପତି, ଲିଳିମା ଭୋଇ, ଯାମିନୀ ଠାକୁର, ପ୍ରଜ୍ଞା ପ୍ରଧାନ, ପଙ୍କଜିନୀ ବୈଠାରୁ, ଶ୍ରୀମୟୀ ସାହୁ, ଦଶରଥ ମେହେର, ଡ଼. ସ୍ୱୟଂ ପ୍ରକାଶ ପଣ୍ଡା, ସୁବୋଧ ଦୋରା, ପଙ୍କଜିନୀ ମେହେର, କ୍ଷିତୀଶ ବାଗ, ଅମନ ଚିର୍ଗୁଣ, ଶାନ୍ତନୁ ପାଢ଼ୀ, ତୃପ୍ତିମୟୀ ପଣ୍ଡା, ଅମିତାଭ ମାଝୀ, ରାଜେଶ ବେହେରା, ରାଜେଶ ସ୍ୱାଇଁପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories