www.samajalive.in
Saturday, December 13, 2025
21.1 C
Bhubaneswar

ଓଡ଼ିଶାରେ ଅଛନ୍ତି ୬୦ରୁ ୭୦ ନକ୍ସଲ, ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓବାଦୀ ମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର: ଓଡ଼ିଶାରେ ଅଛନ୍ତି ୬୦ରୁ ୭୦ ନକ୍ସଲ। ସେଥିରୁ ଓଡ଼ିଶା କ୍ୟାଡ଼ର ସଂଖ୍ୟା ମାତ୍ର ୬ରୁ ୭ ଜଣ। ଓଡ଼ିଶାରେ ନକ୍ସଲ ଚଳପ୍ରଚଳ ପାଇଁ ଛତିଶଗଡ଼଼ ଓ ଆନ୍ଧ୍ର କ୍ୟାଡର ନେତୃତ୍ୱ ନେଉଛନ୍ତି। ଦେଶରେ ୩୮ ଏବଂ ଓଡ଼ିଶାରେ ୭ ଜିଲା ନକ୍ସଲ ପ୍ରଭାବିତ। ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ ରାଜ୍ୟ କରିବାକୁ ପ୍ରୟାସ ଚାଲିଛି ବୋଲି ବିଏସଏଫର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଆଇଜି ଚାରୁଧ୍ବଜ ଅଗ୍ରୱାଲ ସୂଚନା ଦେଇଛନ୍ତି। ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଉପରେ ସୀମାବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି। ଏବର୍ଷ ଓଡ଼ିଶାରେ ୩ ଦୁର୍ଦାନ୍ତ ନକ୍ସଲଙ୍କୁ ନିହତ କରାଯିବା ସହ ୨୪ରୁ ଅଧିକ କ୍ୟାଡରଙ୍କୁ ଆତ୍ମସମର୍ପଣ କରାଇବାରେ ବିଏସ୍‌ଏଫ୍‌ ସଫଳ ହୋଇଛି।

ସେହିପରି ୩୪ଟି ଆଇଇଡି, ୧୧୭ଟି ଗ୍ରେନେଡ୍‌, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି। ଆସନ୍ତା ଦିନରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରହିବ ବୋଲି ଆଇଜି କହିଛନ୍ତି। ଓଡ଼ିଶା ପୁଲିସ ଏବଂ ଗୁଇନ୍ଦା ସହ ସମନ୍ବୟ ରଖି କାର୍ଯ୍ୟ କରାଯାଉଛି। ମାଓବାଦୀ ମୂଳପୋଛ ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବାକୁ ନିର୍ଦେଶ ରହିଛି। ୨୦୦୪ କୋରାପୁଟ ପୁଲିସ ଅସ୍ତ୍ରାଗାରରେ ଆକ୍ରମଣ, ୨୦୦୬ ମୋଟୁରେ ପୁଲିସକୁ ଆକ୍ରମଣ ଓ ୨୦୦୯ରେ ସିଆଇଏସ୍‌ଏଫ୍‌ ଦଳକୁ ଆକ୍ରମଣ ଘଟଣା ପରେ ୨୦୧୦ରେ ବିଏସ୍‌ଏଫ୍ ମାଓବାଦୀ ମୁକାବିଲା ଅଭିଯାନରେ ସାମିଲ ହୋଇଥିଲା। ବିଏସ୍‌ଏଫ୍‌ର ଅଭିଯାନ ପରେ ଓଡ଼ିଶାରେ ମାଓବାଦୀ ହିଂସା କମିଛି ବୋଲି ସେ କହିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଆହ୍ୱାନକ୍ରମେ ୨୦୨୬ ସୁଦ୍ଧା ଓଡ଼ିଶାରୁ ନକ୍ସଲବାଦର ବିଲୋପ ପାଇଁ ବିଏସଏଫ ସଂକଳ୍ପବଦ୍ଧ ବୋଲି ଆଇଜି ଶ୍ରୀ ଅଗ୍ରୱାଲ କହିଛନ୍ତି।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories