www.samajalive.in
Monday, December 8, 2025
24.1 C
Bhubaneswar

ହାଇବ୍ରିଡ୍‌ ମଡେଲରେ ଚମ୍ପିଆନ୍‌ସ ଟ୍ରଫି ପାଇଁ ୩ଟି ସର୍ତ୍ତ ରଖିଲା ପିସିବି

ନୂଆଦିଲ୍ଲୀ: ପାକିସ୍ତାନରୁ ଚମ୍ପିଆନ୍‌ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଯେପରି ସ୍ଥାନାନ୍ତର ନ ହୁଏ; ତାହାକୁ ଦୃଷ୍ଟିରେ ରଖି ନରମ ମନୋଭାବ ପୋଷଣ କରିଛି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)। ଯଦି ହାଇବ୍ରିଡ୍‌ ମଡେଲ୍‌ ପସିବି ଗ୍ରହଣ ନକରେ; ତେବେ ଚମ୍ପିଆନ୍‌ସ ଟ୍ରଫି ଅନ୍ୟତ୍ର ଖେଳାଯିବ ବୋଲି ଆଇସିସି ଶୁକ୍ରବାର ବିକଳ୍ପ ଦେଇଥିଲା। ଏହାର ଦିନକ ପରେ ପିସିବିର ସ୍ବର ନରମି ଯାଇଛି। ଶନିବାର ପିସିବି କହିଛି, ହାଇବ୍ରିଡ୍‌ ମଡେଲ୍‌ରେ ଚମ୍ପିଆନ୍‌ ଟ୍ରଫି ଆୟୋଜନ ପାଇଁ ଏହା ରାଜି। ହେଲେ ଆଇସିସିକୁ ମଧ୍ୟ ଏହାର ୩ଟି ସର୍ତ୍ତ ମାନିବାକୁ ପଡ଼ିବ। ଶନିବାର ଆଭାସୀ ଜରିଆରେ ଆଇସିସି ବୋର୍ଡ ବୈଠକର ୨ୟ ଦିନ ହୋଇଥିଲା। ଦୁବାଇରେ ଥିବା ପିସିବି ଅଧ୍ୟକ୍ଷ ମୋହ୍‌ସିନ ନକ୍‌ଭି ୩ଟି ସର୍ତ୍ତ ରଖିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆ ଯାଇନାହିଁ।

ଭାରତ ସରକାର ଏହାର କ୍ରିକେଟ୍‌ ଦଳକୁ ପାକିସ୍ତାନ ଗସ୍ତରେ ଯିବା ଲାଗି ଅନୁମତି ଦେଉନାହାନ୍ତି। ପୂର୍ବରୁ ଏସିଆ କପ୍‌ ପାଇଁ ମଧ୍ୟ ପିସିବି ହାଇବ୍ରିଡ୍‌ ମଡେଲକୁ ଗ୍ରହଣ କରିଥିଲା। ତେଣୁ ୨୦୨୫ ଚମ୍ପିଆନ୍‌ସ ଟ୍ରଫି ପରି ବଡ଼ ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ହରାଇବା ଅପେକ୍ଷା ହାଇବ୍ରିଡ୍‌ ମଡେଲ୍‌କୁ ଗ୍ରହଣ କରିନେବା ଠିକ୍‌ ହେବ ପିସିବି ଅନୁଭବ କରିଛି। ଗଣମାଧ୍ୟମକୁ ନକ୍‌ଭି କହିଛନ୍ତି, ଚମ୍ପିଆନ୍‌ସ ଟ୍ରଫି ଆୟୋଜନ ପାଇଁ ଆମେ ଯଦି କୌଣସି ଫର୍ମୁଲା (ପାକିସ୍ତାନରୁ ଟୁର୍ଣ୍ଣାମେଣ୍ଟ ପ୍ରତ୍ୟାହାରକୁ ଛାଡ଼ି) ଗ୍ରହଣ କରୁ; ଏହା ସମସ୍ତଙ୍କ ପାଇଁ ସମାନ ହେଉ। ଏକପାଖିଆ ଫର୍ମୁଲା ଆମ ପାଇଁ ଗ୍ରହଣୀୟ ନୁହେଁ। ଆମେ ଖାଲି ଭାରତ ଯାଉଥିବୁ ଏବଂ ସେମାନେ ପାକିସ୍ତାନ ଆସିବେ ନାହିଁ। ତେଣୁ ସବୁ ଦଳଙ୍କ ପାଇଁ ସମାନ ନିୟମ ରହିବା ଆବଶ୍ୟକ। ହାଇବ୍ରିଡ୍‌ ମଡେଲ ଗ୍ରହଣ ପାଇଁ ଆଇସିସି ନିକଟରେ ପିସିବି ୩ଟି ସର୍ତ୍ତ ରଖିଛି।

- Advertisement -

ପ୍ରଥମ ସର୍ତ୍ତ ହେଉଛି, ଯଦି ଚମ୍ପିଆନ୍‌ସ ଟ୍ରଫି ହାଇବ୍ରିଡ୍‌ ମଡେଲ୍‌ରେ ଖେଳାଯିବ; ତେବେ ୨୦୩୧ ପର୍ଯ୍ୟନ୍ତ ଭାରତରେ ହେବାକୁ ଥିବା ସମସ୍ତ ଆଇସିସି ଟୁର୍ଣ୍ଣାମେଣ୍ଟ ମଧ୍ୟ ହାଇବ୍ରିଡ୍‌ ମଡେଲ୍‌ରେ ଖେଳାଯାଉ। ଅର୍ଥାତ୍ ଏସବୁ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଦଳ ଭାରତ ଆସିବ ନାହିଁ। ଭାରତରେ ୨୦୨୬ ଟି୨୦ ବିଶ୍ବକପ୍‌, ୨୦୨୯ ଚମ୍ପିଆନ୍‌ସ ଟ୍ରଫି ଓ ୨୦୩୧ ଦିନିକିଆ ବିଶ୍ବକପ୍‌ ଖେଳାଯିବ।

୨ୟ ସର୍ତ୍ତ ହେଉଛି, ଚମ୍ପିଆନ୍‌ସ ଟ୍ରଫିରେ ଭାରତର ସମସ୍ତ ଲିଗ୍‌, ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ଦୁବାଇରେ ଖେଳାଯିବ।

୩ୟ ସର୍ତ୍ତ ହେଉଛି, ଯଦି ଭାରତୀୟ ଦଳ ସେମିଫାଇନାଲ ଓ ଫାଲନାଲ ମ୍ୟାଚ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ ନକରେ; ତେବେ ଏହି ୨ଟି ମ୍ୟାଚ୍‌ ପାକିସ୍ତାନରେ ଖେଳାଯିବ।

ଶୁକ୍ରବାର ଆଇସିସି କହିଥିଲା, ୨୦୨୫ ଚମ୍ପିଆନ୍‌ସ ଟ୍ରଫି ୨୦୨୩ ଏସିଆ କପ୍‌ କପ୍‌ ଭଳି ହାଇବ୍ରିଡ୍‌ ମଡେଲ୍‌ରେ ଖେଳାଯିବ। ଅନ୍ୟଥା ପୂରା ଟୁର୍ଣ୍ଣାମେଣ୍ଟ ଅନ୍ୟ ଦେଶକୁ ଯାଇପାରେ। ଚମ୍ପିଆନ୍‌ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ପାକିସ୍ତାନରେ ଖେଳାଯିବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories