www.samajalive.in
Thursday, December 11, 2025
15.1 C
Bhubaneswar

ସରକାରୀ ଅର୍ଥ ଆତ୍ମସାତ୍‌‌ – ଠିକାଦାରଙ୍କ ସମେତ ଦୁଇ ଯନ୍ତ୍ରୀଙ୍କୁ ୪ ବର୍ଷ ଜେଲ୍‌‌

କେନ୍ଦୁଝରଗଡ଼଼: ଏକ ଆଡିବନ୍ଧ ନିର୍ମାଣରେ ତଞ୍ଚକତା କରି ୨ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ଅର୍ଥ ଆତ୍ମସାତ୍‌‌ ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ କେନ୍ଦୁଝର ଶନିବାର ଠିକାଦାର ସମେତ ଦୁଇ ଯନ୍ତ୍ରୀଙ୍କୁ ୪ବର୍ଷ ଜେଲ୍‌‌ ଦଣ୍ଡାଦେଶ କରିଛନ୍ତି। ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତ ଅଧିନ ନିଶ୍ଚିନ୍ତପୁର ଗ୍ରାମର ମେରମେଦା ନାଳ ଉପରେ ଏକ ସ୍ଥାୟୀ ଆଡିବନ୍ଧ ନିର୍ମାଣ ନିମନ୍ତେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଚମ୍ପୁଆ ପକ୍ଷରୁ ୨୦୧୨-୧୩ ଆର୍ଥୀକବର୍ଷରେ ୬ଲକ୍ଷ ଟଙ୍କା ଅନୁମୋଦନ ଲାଭ ହୋଇ ଚମ୍ପୁଆ ଥାନା ଅଧିନ କରଞ୍ଜିଆ ଗ୍ରାମର ଠିକାଦାର ଚର୍ତୁଭୁଜ ବେହେରାଙ୍କୁ କାର୍ଯ୍ୟାଦେଶ ହୋଇଥିଲା। ଉକ୍ତ ଆଡିବନ୍ଧ ନିର୍ମାଣ ଶେଷ ଦର୍ଶାଇ ସମ୍ପୂର୍ଣ୍ଣ ବିଲ ଉଠାଣ କରାଯାଇଥିଲା। ତେବେ ଉକ୍ତ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇ ସରକାରୀ ଅର୍ଥ ଆତ୍ମସାତ୍‌‌ ନେଇ ଭିଜିଲାନ୍ସ ପକ୍ଷରୁ ୨୦ ଅଗଷ୍ଟ ୨୦୧୪ରେ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଥିଲା। ଭିଜିଲାନ୍ସ ପକ୍ଷରୁ ବୈଷୟିକ ଦଳ ପକ୍ଷରୁ ନିର୍ମାଣ କାର୍ଯ୍ୟର ଯାଞ୍ଚ ପରେ ନିର୍ମାଣ ନହୋଇ ୨ ଲକ୍ଷ ୩ ହଜାର ଟଙ୍କା ଅଧିକ ଉଠାଣ କରିଥିବା ଜଣାପଡ଼ିଥିଲା। ଏହି କାର୍ଯ୍ୟରେ ସେହି ସମୟରେ ସମ୍ପୃକ୍ତ କାର୍ଯ୍ୟାଳୟର ଅତିରିକ୍‌‌ତ ନିର୍ବାହୀ ଯନ୍ତ୍ରୀ ଶିବାନନ୍ଦ ପଟ୍ଟନାୟକ ଓ କନିଷ୍ଠ ଯନ୍ତ୍ରୀ ଶକ୍ତି ରଞ୍ଜନ ସିଂ ସାମନ୍ତ ସରକାରୀ ଅର୍ଥ ଆତ୍ମସାତ୍‌‌ ମାମଲାରେ ସମ୍ପୃକ୍ତ ଥିବା ଭିଜିଲାନ୍ସ ପକ୍ଷରୁ ତଦନ୍ତରେ ଜଣାପଡ଼ିଥିଲା। ଏହି ମାମଲାରେ ମୋଟ ୧୬ଜଣ ସାକ୍ଷୀ ଏବଂ ସରକାରୀ ତଥ୍ୟକୁ ଆଧାର କରି ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି କେନ୍ଦୁଝର ରଶ୍ମୀତା ଦଳାଇ ଠିକାଦାରଙ୍କ ସମେତ ସେହି ସମୟର ଦୁଇ ଯନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଶନିବାର ୪ବର୍ଷ ଜେଲ୍‌‌ ଦଣ୍ଡାଦେଶ ସହ ୫ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୩ମାସ ଜେଲ୍‌‌ ଦଣ୍ଡାଦେଶ କରିଛନ୍ତି। ଜେଲ ଦଣ୍ଡାଦେଶ ପରେ ସମସ୍ତ ୩ ଦୋଷୀଙ୍କୁ ଜିଲା କାରାଗାରକୁ ପଠାି ଦିଆଯାଇଥିବା ସ୍ପେଶାଲ ପି.ପି. ;ଦବଦତ୍ତ ବିଶ୍ୱାଳ କହିଛନ୍ତି। ସୂଚନାଯୋଗ୍ୟ ଯେ, ଜେଲ ଦଣ୍ଡାଦେଶ ହୋଇଥିବା ଦୁଇ ଯନ୍ତ୍ରୀଙ୍କ ମଧ୍ୟରୁ ବ୍ରହ୍ମପୁର ସିଦ୍ଧାର୍ଥନଗର ବାସିନ୍ଦା ଶିବାନନ୍ଦ ପଟ୍ଟନାୟକ ଇତିମଧ୍ୟରେ ଅବସରଗ୍ରହଣ କରିଥିବା ବେଳେ କନିକାଛକ ତୁଳସୀପୁର କଟକ ବାସିନ୍ଦା ଶକ୍ତି ରଞ୍ଜନ ସିଂ ସାମନ୍ତ ବର୍ତ୍ତମାନ କଟକ ଯୋବ୍ରା ଠାରେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories