www.samajalive.in
Saturday, December 6, 2025
16.1 C
Bhubaneswar

୨୦୦୦ ହଜାର ଟଙ୍କା ପାଇଁ ହୋଇଥିଲେ ଭଡାଟିଆ ବର, ବିବାହ ସମୟରେ.. 

ନୂଆଦିଲ୍ଲୀ : ଆପଣ ଶୁଣିଥିବେ ବିବାହ ଉତ୍ସବ ପାଇଁ ଭଡାରେ ବାଜା, ପୋଷାକ, ସାଜସଜ୍ଜାର ରଙ୍ଗବେରଙ୍ଗ ଆଲୋକ ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷ ମିଳିଥାଏ । ମାତ୍ର ଏବେ ଭଡାରେ ବର ମଧ୍ୟ ମିଳୁଛନ୍ତି । ଆଜ୍ଞା ହଁ ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ବାଗପତରୁ ସାମ୍ନାକୁ ଆସିଛି । ଏହି ଘଟଣା ପରେ ବିବାହ ମଣ୍ଡପରେ ହଇଚଇ ସୃଷ୍ଟି ହୋଇଥିଲା । ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା..

ବାଗପତରେ ଏକ ସାମୂହିକ ବିବାହର ଆୟୋଜନ ହୋଇଥିଲା । ବିବାହ ପାଇଁ ୩୦୦ ଆବେଦନ ପତ୍ର ଆସିଥିବା ବେଳେ ୨୬୫ ଯୋଡିଙ୍କର ଚୟନ ହୋଇଥିଲା । ପଣ୍ଡିତ ବିବାହ ରୀତିନୀତି କରୁଥିବା ସମୟରେ ଜଣେ ଭଡାରେ ଆସିଥିବା ବର ଧରାପଡିଥିଲା ।

- Advertisement -

ଅଧିକାରୀଙ୍କୁ ସନ୍ଦେହ ହେବା ପରେ ସେମାନ ଯାଞ୍ଚ ଆରମ୍ଭ କରିଥିଲେ । ବିବାହ ଅଟକାଇବା ସହ ତାଙ୍କ ଆଧାରକାର୍ଡ ଯାଞ୍ଚ କରିଥିଲେ । ଯାହା ନକଲି ବୋଲି ଜଣାପଡିଥିଲା । ଅଭିଯୁକ୍ତ ଜଣକ କହିଥିଲା ବିବାହ ପାଇଁ ତା’କୁ ଭଡାରେ ଅଣାଯାଇଛି ।

ଯାଞ୍ଚ ପରେ ଜଣାପଡିଥିଲା, ଯେଉଁ ବ୍ୟକ୍ତି ବିବାହ ପାଇଁ ଆବେଦନ କରିଥିଲେ, ତାଙ୍କ ବଦଳରେ ଅନ୍ୟ କେହି ବ୍ୟକ୍ତି ଆସିଥିଲେ । ୨୦୦୦ ହଜାର ଟଙ୍କା ପାଇଁ ଭଡାରେ ବର ହୋଇ ମଣ୍ଡପକୁ ଆସିଥିଲେ ବୋଲି କୁହାଯାଉଛି ।

ଡିସେମ୍ବରରେ ୪ ଗ୍ରହଙ୍କ ଚଳନ, ଏହି ରାଶି ହେବେ ଭାଗ୍ୟଶାଳୀ, ବଢିବ ଧନ, ନୂଆ ଚାକିରି ସହ ରହିଛି ବିବାହ ଯୋଗ..

ଦେଖନ୍ତୁ ଭିଡିଓ; ଐଶ୍ୱର୍ଯ୍ୟାଙ୍କ ନାମରୁ ହଟିଲା ‘ବଚ୍ଚନ’ ସାଙ୍ଗିଆ, ପ୍ରଶଂସକ କାବା !

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories