www.samajalive.in
Wednesday, December 10, 2025
16.1 C
Bhubaneswar

ବିବାହ ଉତ୍ସବରେ ପାଣ୍ଡିଆନ୍ : ଚର୍ଚ୍ଚାରେ ୨୭/୧୧

କଟକ: ପ୍ରାୟ ଛ’ମାସର ଆତ୍ମନିର୍ବାସନର ଅନ୍ତ ଘଟାଇଛନ୍ତି ଓଡ଼ିଶା ପ୍ରଶାସନିକ ଓ ରାଜନୈତିକ ଜଗତର ଚର୍ଚ୍ଚିତ ଚେହେରା ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌। ନିର୍ବାଚନ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ପାଣ୍ଡିଆନ୍‌ ବୁଧବାର କଟକ ନିକଟ ତ୍ରିଶୁଳିଆଠାରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଆତ୍ମପ୍ରକାଶ କରିଛନ୍ତି। ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପରଠାରୁ ସର୍ବସାଧାରଣରୁ ଦୂରେଇ ରହିଥିବା ପାଣ୍ଡିଆନ୍‌ଙ୍କ ଅବସ୍ଥିତି ନେଇ ରାଜ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା। ତେବେ ପ୍ରଥମ ଥର ପାଇଁ ବୁଧବାର ସେ ଲୋକଙ୍କ ଗହଣକୁ ଆସିଥିବା ଦେଖିବାକୁ ମିଳିଥିଲା। ସୂଚନାନୁଯାୟୀ, ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଝିଅ ବିବାହ ଉତ୍ସବରେ ଯୋଗଦେବା ପାଇଁ ପାଣ୍ଡିଆନ୍‌ ଆସିଥିଲେ। ବିବାହ ମଣ୍ଡପରେ ଉପସ୍ଥିତି ଅତିଥି ଓ ବିଶ୍ବାଳଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତାଙ୍କୁ ଦେଖିବାକୁ ଉତ୍ସୁକତା ଲକ୍ଷ୍ୟ କରାଯାଇଥିଲା। ସେ ଏହି ସାମାଜିକ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ସହ କଥାବର୍ତ୍ତା କରିଥିଲେ। କିଛି ସମୟ ଉପସ୍ଥିତ ରହି ସେ ଫେରି ଯାଇଥିଲେ। ଏହି ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ଓ ବିଜେପିର ବହୁ ନେତାଙ୍କୁ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍‌ ମଧ୍ୟ ଦୀର୍ଘ ଛ’ ମାସର ଛୁଟି ଶେଷ କରି ବୁଧବାର କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ପାଣ୍ଡିଆନ୍ ୨୦୨୩ ମସିହା ନଭେମ୍ବର ୨୭ ତାରିଖରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ। ଏହାର ଠିକ୍ ବର୍ଷେ ଅର୍ଥାତ୍ ୨୦୨୪ ମସିହା ନଭେମ୍ବର ୨୭ ତାରିଖରେ ତାଙ୍କ ପତ୍ନୀ ଆଇଏଏସ୍ ସୁଜାତା ଆର. କାର୍ତ୍ତିକେୟନ ୬ ମାସର ଛୁଟି ସାରି କର୍ମକ୍ଷେତ୍ରକୁ ଫେରିଛନ୍ତି। ଏଥିସହିତ ସେହି ସମାନ ତାରିଖରେ ପାଣ୍ଡିଆନ୍‌ ସର୍ବସାଧାରଣରେ ଆତ୍ମପ୍ରକାଶ କରିଛନ୍ତି। ଏହା ପାଣ୍ଡିଆନ୍‌ ଦମ୍ପତିଙ୍କ ପାଇଁ ଏକ ସଂଯୋଗ ନା ଆଉ କିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ପାଣ୍ଡିଆନ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ‌ ଦେଇଥିଲେ। ସେ ଦିନ ଥିଲା ୨୦୨୩ ନଭେମ୍ବର ୨୭ ତାରିଖ କାର୍ତ୍ତିକ ପୂର୍ଣ୍ଣିମା। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପାଣ୍ଡିଆନ ଧରିଥିଲେ ଶଙ୍ଖ। ତେବେ ୨୦୨୪ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ଅପରପକ୍ଷରେ ତାଙ୍କ ପତ୍ନୀ ସୁଜାତା ବିଜେଡି ପରାଜୟ ପରେ କର୍ମକ୍ଷେତ୍ରକୁ ଯାଇନଥିଲେ। ସେ ୬ ମାସ ଛୁଟିରେ ପଳାଇଥିଲେ। ଆଉ ୬ ମାସ ସାନି ଛୁଟି ଆବେଦନକୁ ମୋହନ ସରକାର ଅଗ୍ରାହ୍ୟ କରିବା ପରେ ସେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି ହେଉଛି ନଭେମ୍ବର ୨୭ ତାରିଖ। ଏହି ଦମ୍ପତିଙ୍କ କ୍ଷେତ୍ରରେ ୨୭ ନଭେମ୍ବର ଏବେ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories