www.samajalive.in
Saturday, December 13, 2025
26.1 C
Bhubaneswar

ନାବାଳିକା ବିବାହ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଥାନାରେ ମାମଲା

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଅଞ୍ଚଳରେ ଜଣେ ନାବାଳିକାର ବିବାହ ହୋଇଥିବା ସହ ସେ ୩ ମାସର ଅନ୍ତଃସ୍ଵତ୍ତା ଥିବା ଜଣାପଡିବା ପରେ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଚିକିଟି ସିଡିପିଓଙ୍କ ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗତ ଜୁଲାଇ ମାସରେ ସୁମାଣ୍ଡିର ଜଣେ ୧୪ ବର୍ଷିଆ ନାବାଳିକାକୁ ସୋରଳର ଜଣେ ଯୁବକ ସହ ଉଭୟ ପକ୍ଷର ସହମତିରେ ବୈଦିକ ରୀତିରେ ବିବାହ କରଯାଇଥିଲା। କିନ୍ତୁ ଏବେ ଉକ୍ତ ନାବାଳିକା ଜଣଙ୍କ ୩ ମାସର ଅନ୍ତଃସ୍ଵତ୍ତା ରହିଥିବା ଜଣାପଡିଥିଲା। ଏହା ଜଣାପଡ଼ିବା ପରେ ଚିକିଟି ଶିଶୁ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଘଟଣା ନେଇ ଅବଗତ  କରାଯାଇଥିଲା। ଅଭିଯୋଗକୁ ଭିତ୍ତି ରି ପୁଲିସ ପକ୍ଷରୁ ୫୦୮/୨୪ ରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ କରାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories