www.samajalive.in
Sunday, December 14, 2025
19.1 C
Bhubaneswar

ସ୍କୁଲ ପରିସରରୁ ଗଛ ଗାଏବ, ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍‍ କଲେ ଗ୍ରାମବାସୀ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ କଳାକାଦ ଉଚ୍ଚ ପ୍ରାଥମିକ ସ୍କୁଲ ପରିସରରୁ କେହି ଦୁର୍ବୃତ୍ତ ୬ଟି ବଡ଼ ନିମ ଗଛ କାଟି ଦେଇଥିବାବେଳେ ଆଜି ଆଉ ୩ଟି ଗଛ କାଟୁଥିବା ସମୟରେ ଗ୍ରାମବାସୀ ବିରୋଧ କରିଥିଲେ । କଟା ଯାଇଥିବା ୬ଟି ଗଛ ମଧ୍ୟରୁ ୩ଟି ଗଛର ଗଣ୍ଡିକୁ ଗତକାଲି ରାତିରେ ଗାଏବ କରାଯାଇଥିବା ନେଇ ଆଜି ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ, ବାଲେଶ୍ୱର ଡିଏଫଓ, ଶିକ୍ଷାବିଭାଗକୁ ଟ୍ୱିଟ୍‍ କରାଯାଇଛି । ପ୍ରାୟ ୪୦/୫୦ବର୍ଷ ତଳରୁ ଲଗା ଯାଇଥିବା ଗଛକୁ ସ୍ଥାନୀୟ କେତେକ ଲୋକଙ୍କ ସହଯୋଗରେ କଟା ଯାଇଥିବା ନେଇ ଗାଁଲୋକେ ଅଭିଯୋଗ କରିଛନ୍ତି । ଖବରପାଇ ଆଜି କୁଲଡିହା ରେଞ୍ଜ ଅଧିକାରୀ ପ୍ରବୀର ମୁର୍ମୁ ସଦଳବଳେ ସେଠାରେ ପହଞ୍ଚି କାଠ ଗଣ୍ଡିକୁ ଜବତ କରିଥିଲେ । ବିନା ଅନୁମତିରେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ପକ୍ଷରୁ ଏଭଳି କରାଯାଇଥିବା ନେଇ ବନବିଭାଗକୁ ଅଭିଯୋଗ କରାଯାଇଛି । ଏନେଇ ବନବିଭାଗ ପକ୍ଷରୁ କଟା ଯାଇଥିବା ଗଛକୁ ଜବତ କରାଯିବା ସହ ତଦନ୍ତ ଜାରି ରହିଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories