www.samajalive.in
Friday, December 12, 2025
15.1 C
Bhubaneswar

ଗୁଟଖା ଦୋକାନରେ ପ୍ରଶାସନର ଚଢ଼ାଉ

ପାଟଣା: ପାଟଣା ବଜାରରେ ଗୁଟଖା ଓ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ହେଉଥିବା ଦୋକାନଗୁଡ଼ିକରେ ପ୍ରଶାସନ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଥିଲା। ଏଥିରେ ପାଟଣା ବିଡିଓ ମାସନ କୁମାର ଦଣ୍ଡପାଟ, ଅତିରିକ୍ତ ତହସିଲଦାର ସରଣ କୁମାର ଜେନା, ପାଟଣା ଥାନା ଅଧିକାରୀ ଉଦୟବୀର କୁଲୁ, ଏଏସଆଇ ନୂଆସ ଲୁଗୁନ, ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ, ପିଏଚଇଓ ସରୋଜିନୀ ସେଠୀଙ୍କ ସହିତ ପାଟଣା ପୁଲିସ ଓ ଅବକାରୀ ପୁଲିସ ପ୍ରମୁଖ ସାମିଲ ଥିଲେ। ପାଟଣା ବଜାରେ ଖୋଲାଖୋଲି ବିକ୍ରି ହେଉଥିବା ଗୁଟଖା, ତମାଖୁ ଜାତୀୟ ମାଦକ ଦ୍ରବ୍ୟ, ସିଗାରେଟ, ବିଡ଼ି, ଖଇନି ଆଦି ବିକ୍ରି ନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି ସବୁ ତମାଖୁ ଜାତୀୟ ଦ୍ରବ୍ୟ ବ୍ୟବହାର ଦ୍ୱାରା ଯୁବପିଢ଼ି କର୍କଟ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ବ୍ୟକ୍ତିମାନେ ଯୌନ ସମସ୍ୟା, ହୃଦ ରୋଗ, ଉଚ୍ଚ ରକ୍ତ ଚାପ, ମଧୁମେହ, ଗ୍ୟାସ,ଏସିଡିଟି ଭଳି ଗମ୍ଭୀର ରୋଗରେ ପଡି ଅସମୟରେ ପ୍ରାଣ ହରାଉଥିବା କୁହାଯାଇଥିଲା। ଏଥିରୁ ରକ୍ଷା ପାଇବା ପାଇଁ ଗୁଟଖା ଜାତୀୟ ଓ ତମାଖୁ ଜାତୀୟ ଜିନିଷଠାରୁ ଦୂରେଇ ରହିବା ଉଚିତ ବୋଲି ଅଧିକାରୀମାନେ କହିଥିଲେ। ଚଢ଼ାଉ ସମୟରେ ପାଟଣା ବଜାରରୁ ବହୁ ପରିମାଣରେ ଗୁଟଖା ଓ ସିଗାରେଟ ଜବତ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories