www.samajalive.in
Saturday, December 6, 2025
26.1 C
Bhubaneswar

ଏଫ୍‌ସିଆଇ ଗୋଦାମରେ ଶତାଧିକ ମାଙ୍କଡ଼ ମୃତ

ହତ୍ରାସ୍‌: ଉତ୍ତର ପ୍ରଦେଶର ହତ୍ରାସଠାରେ କୀଟନାଶକ ସଂସ୍ପର୍ଶରେ ଆସି ୧୦୦ରୁ ଅଧିକ ମାଙ୍କଡ଼ଙ୍କର ମୃତ୍ୟୁ ହୋଇଛି। ସମ୍ପୃକ୍ତ ମୃତଦେହଗୁଡ଼ିକୁ ତୁରନ୍ତ ଗାତ ଖୋଳି ପୋତି ଦିଆଯାଇଥିଲା। ପୁଲିସ ଶୁକ୍ରବାର ଗାତରୁ ମୃତଦେହଗୁଡ଼ିକୁ ଉଦ୍ଧାର କରି ପରୀକ୍ଷା ପାଇଁ ପଠାଇଛି। ଜାଣିଶୁଣି ମାଙ୍କଡ଼ଙ୍କୁ ଗଣହତ୍ୟା କରାଯାଇଥିବା ଓ ଏହାକୁ ଲୁଚାଇବା ପାଇଁ ମୃତଦେହଗୁଡ଼ିକୁ ତରବରିଆ ଭାବେ ପୋତି ଦିଆଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।

 

- Advertisement -

ପୁଲିସ ସୂଚନାନୁଯାୟୀ, ଭାରତୀୟ ଖାଦ୍ୟ ନିଗମର ଏକ ଗୋଦାମରେ କୀଟନାଶକ ପକାଯାଇଥିଲା। ଏହାକୁ ଶୁଙ୍ଘିବା ପରେ ମାଙ୍କଡ଼ମାନଙ୍କର ମୃତ୍ୟୁ ହୋଇଥିଲା। କୀଟଙ୍କ ଦାଉରୁ ରକ୍ଷା ପାଇଁ ନଭେମ୍ବର ୭ରେ ଗୋଦାମରେ ଥିବା ଖାଦ୍ୟ ସାମଗ୍ରୀ ବସ୍ତା ଉପରେ କୀଟନାଶକ ପକା ଯାଇଥିଲା। ମାଙ୍କଡ଼ମାନେ ଗୋଦାମରେ ଖାଦ୍ୟ ଶସ୍ୟ ଖାଇବା ପାଇଁ ପ୍ରବେଶ କରିବା ପରେ କୀଟନାଶକ ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡ଼ିଥିଲେ। ନଭେମ୍ବର ୯ରେ ଗୋଦାମ ଘର ଖୋଲାହେଲାବେଳକୁ ଶତାଧିକ ମାଙ୍କଡ଼ ମରି ପଡ଼ିଥିବା ଦେଖାଯାଇଥିଲା। ଗୋଦାମ କର୍ମଚାରୀମାନେ ଅଧିକାରୀଙ୍କୁ ଏ ସମ୍ପର୍କରେ ନଜଣାଇ ତୁରନ୍ତ ମୃତଦେହଗୁଡ଼ିକୁ ପୋତି ଦେଇଥିଲେ। ପୁଲିସ ସମ୍ପୃକ୍ତ ଖାଦ୍ୟ ଗୋଦାମର କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories