www.samajalive.in
Monday, December 8, 2025
24.1 C
Bhubaneswar

ଶୀତକାଳୀଳ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ, ଅଦାନୀ ଲାଞ୍ଚ ପ୍ରସଙ୍ଗ ଆଲୋଚନା ପାଇଁ ଦାବି ଉଠାଇଲା କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ନଭେମ୍ବର ୨୫ ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ଆସନ୍ତା ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ପକ୍ଷରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ରବିବାର ଅନୁଷ୍ଠିତ ହୋଇଛି। ଏଥିରେ ବିରୋଧୀ କଂଗ୍ରେସ ଯୋଗଦେଇ ଅଦାନୀ ଗ୍ରୁପ ବିରୋଧରେ ଆସିଥିବା ଲାଞ୍ଚ ଅଭିଯୋଗ ଉପରେ ଆଲୋଚନା ପାଇଁ ଦାବି କରିଛି। ଅଦାନୀ ପ୍ରସଙ୍ଗ ସହିତ ମଣିପୁର ହିଂସା, ଉତ୍ତର ଭାରତରେ ପ୍ରଦୂଷଣ ଏବଂ ଟ୍ରେନ ଦୁର୍ଘଟଣା ସଂକ୍ରାନ୍ତରେ ଅଧିବେଶନରେ ଆଲୋଚନା ପାଇଁ ଦାବି କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ଆବାହକତ୍ଵରେ ସଂସଦ ଭବନରେ ଏହି ସର୍ବଦଳୀୟ ବୈଠକ  ଅନୁଷ୍ଠିତ ହୋଇଥିଲା।

ଶୀତକାଳୀ ଅଧିବେଶନ ସମୟରେ ୧୬ଟି ବିଲ୍‌ ଆଗତ ହେବାର ସମ୍ଭାବନା ରହିଛି। ଏଥିରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଓ୍ବାକଫ (ସଂଶୋଧନ) ବିଲ୍ ମଧ୍ୟ ରହିଛି। ଓ୍ବାକଫ (ସଂଶୋଧନ) ବିଲକୁ ବିଭିନ୍ନ ଦଳ ବିରୋଧ କରୁଥିବାରୁ ଏହାକୁ ନେଇ ଗୃହରେ ତାତି ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଓ୍ବାକଫ(ସଂଶୋଧନ) ବିଲ୍‌ ଏବଂ ମୁସଲମାନ ଓ୍ବାକଫ (ଉଚ୍ଛେଦ) ବିଲ୍ ଲୋକସଭାରେ ବିଚାରାଧୀନ ରହିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories