ମକର ରାଶିରେ ଚଳନ କରିବେ ଶୁକ୍ର; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ.. 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହ ସୁଖ-ସମୃଦ୍ଧି ଓ ଐ୍ୟଶ୍ୱର୍ଯ୍ୟର କାରକ । ଶୁକ୍ର ୨ ଡିସେମ୍ବର ଦିନ ୧୨ଟା ୫ମିନିଟ୍‌ରେ ମକର ରାଶିରେ ପ୍ରବେଶ କରିବେ । ଶୁକ୍ରଙ୍କର ଏହି ରାଶି ପରିବର୍ତ୍ତନ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ବେଶ ଭାଗ୍ୟଶାଳୀ କରିବ । ନୂଆ ଚାକିରି, ବ୍ୟବସାୟରେ ସଫଳତା, ଧନ ଲାଭ ଆଦି ଶୁକ୍ର ପ୍ରଦାନ କରି ଥାଆନ୍ତି । ଜାଣନ୍ତୁ..

ମେଷ – ଶୁକ୍ରଙ୍କ ରାଶି ପରିବର୍ତ୍ତନ ପରେ ଶୁଭ ପ୍ରଭାବ ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ମିଳିବ । ଶୁକ୍ରଙ୍କ କୃପାରୁ ଧନ ଓ ସୁଖସମୃଦ୍ଧି ବୃଦ୍ଧି ହେବ । ଆର୍ଥିକ ସ୍ଥିତିରୁ ମନ ଖୁସି ରହିବ । ବ୍ୟବସାୟୀଙ୍କୁ ନୂଆ ସୁଯୋଗ ମିଳିବ । ଭବିଷ୍ୟତ ପାଇଁ କରୁଥିବା ଯୋଜନା ସଫଳ ହେବ । ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ଯାତ୍ରା କରି ଲାଭବାନ୍‌ ହେବେ। ଯଶ, କିର୍ତ୍ତି ବୃଦ୍ଧି ପାଇବ।

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ବିଦେଶ ଯାତ୍ରା କରି ଲାଭବାନ୍‌ ହେବେ । କର୍ମକ୍ଷେତ୍ରରେ ଉନ୍ନତି କରିବାର ସୁଯୋଗ ମିଳିବ । ସମୟର ଲାଭ ନିଅନ୍ତୁ । ଏହି ସମୟରେ ନୂଆ କାମ ମଧ୍ୟ ଆରମ୍ଭ କରି ପାରିବେ । ବ୍ୟବସାୟୀ ଲାଭବାନ୍‌ ହେବେ ।

୩୦ ବର୍ଷ ପରେ ଏକାଠି ହେବ ଶୁକ୍ର-ଶନି; ଏହି ରାଶିଙ୍କୁ ହଠାତ୍‌ ମିଳିବ ଧନ, ହେବେ ଭାଗ୍ୟଶାଳୀ, ହେବ ବିବାହ..

କନ୍ୟା – କର୍ମକ୍ଷେତ୍ରରେ ଶୁଭ ପରିବର୍ତ୍ତନ ହେବ । ନୂଆ କାମ ଆରମ୍ଭ କରି ସଫଳତା ପାଇବେ । ମା’ଲକ୍ଷ୍ମୀଙ୍କ ବିଶେଷ କୃପା ରହିବ । ଫଳରେ ଧନ ଆଦୌ ଅଭାବ ହେବ ନାହିଁ । ଆର୍ଥିକ ସ୍ଥିତି ମଜଭୁତ ହେବ । ସମ୍ପର୍କ ମଜଭୁତ ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ତୁଳା – ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ଚାକିରିରେ ପଦନ୍ନୋତି ହେବ । ପାରିବାରିକ ଜୀବନ ସୁଖମୟ ହେବ । ପରିବାରରେ ହସଖୁସିର ବାତାବରଣ ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ହଠାତ୍‌ ଧନ ଲାଭ ହେବ । ଭଗବାନଙ୍କ କୃପାରୁ ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମକର – ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ପରିଶ୍ରମ କରି ସଫଳତା ପାଇବେ । ନୂଆ ପଦ ମିଳିବାର ଯୋଗ ରହିଛି । ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ଯାତ୍ରାର ଯୋଗ ରହିଛି । ଅନେକ ଶୁଭଫଳ ମିଳିବ ।

ନୂଆବର୍ଷ ୨୦୨୫; କେମିତି କଟିବ ମେଷ ରାଶି, ଜାଣନ୍ତୁ ଆର୍ଥିକ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, କେଉଁ ଉପାୟରେ ମିଳିବ ଶୁଭଫଳ..

 

 

Comments are closed.