www.samajalive.in
Saturday, December 6, 2025
26.1 C
Bhubaneswar

ବାଲିଯାତ୍ରାରେ ସମ୍ବଲପୁରୀଆ ବାବୁଙ୍କ ଜଲଓ୍ବା : ଧୂମ ଧଡ଼କ ସଙ୍ଗୀତର ଯାଦୁରେ ମତୁଆଲା ହେଲେ ଦର୍ଶକ

କଟକ: ମନ କିଣିଲେ ମଣ୍ଟୁ ଛୁରିଆ। କଟକ ଐତିହାସିକ ବାଲିଯାତ୍ରା ର ଅଷ୍ଟମ ସନ୍ଧ୍ୟାଥିଲା ବେଶ ରୋମାଞ୍ଚକର । ଦର୍ଶକ ଙ୍କ ମଧ୍ୟରେ ସମ୍ବଲପୁରୀ ସଙ୍ଗୀତ ର ସ୍ୱାଦ ଭରିଥିଲେ ସମ୍ବଲପୁରିଆ ବାବୁ ମଣ୍ଟୁ ଛୁରିଆ । ନିଜର ଧୂମ ଧଡ଼କ ସଙ୍ଗୀତ ର ଯାଦୁ ରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ବୈଷ୍ଣବ ପାଣି ମଞ୍ଚ ରେ ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇ ସମସ୍ତଙ୍କ ମନ କିଣିଥିଲେ ସେ। ଲାଲ ଟହ ଟହ , ରାନୀ ଗୁରି , ଲାଲ ଗୁଲବୀ , ରସିଆ ପିଲା , ଜିଗର ଵାଲା ଓ ନଗିନ ଗୀତ ଗାଇ ବାଲିଯାତ୍ରା ର ଅଷ୍ଟମ ଶୀତୁଆ ସନ୍ଧ୍ୟା କୁ ସରଗରମ କରିଦେଇଥିଲେ ମଣ୍ଟୁ ଛୁରିଆ। ତେବେ ମଣ୍ଟୁ ଙ୍କ ମତରେ ,  ବାଲିଯାତ୍ରା ରେ ଦ୍ୱିତୀୟ ଥର ପ୍ରୋଗ୍ରାମ କରିବାର ସୌଭାଗ୍ୟ ଭଗବାନ ଙ୍କ ଦୟାରୁ ମିଳିଛି । ବାଲିଯାତ୍ରା କୁ ଆସିବାକୁ ସମସ୍ତ ଙ୍କର ଇଛା ଥାଏ। ଏପରିକି ଏହି ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶମେଳା ବିଷୟରେ ସାରା ବିଶ୍ୱ ଅବଗତ । ଏହି ବାଲିଯାତ୍ରା ରେ ଲକ୍ଷାଧିକ ଦର୍ଶକ ଙ୍କ ଆଗରେ ଗାଇବା ମଧ୍ୟ ଚ୍ୟାଲେଞ୍ଜପୂର୍ଣ୍ଣ। ତେଣୁ କଟକବାସୀ ଦେଉଥିବା ଏହି ଭଲ ପାଇବା ସବୁ ଦିନ ପାଇଁ ମୋ ସହ ରହୁ ବୋଲି କହିଛନ୍ତି ସମ୍ବଲପୁରିଆ ବାବୁ ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories