www.samajalive.in
Saturday, December 13, 2025
21.1 C
Bhubaneswar

ବୃଦ୍ଧାଙ୍କୁ କୁରାଢ଼ୀ ଚୋଟ, ଜଣେ ଅଟକ

ବାଲିଆପାଳ: ପଡ଼ୋଶୀଙ୍କ ମଧ୍ୟରେ ଲାଗିଥିବା ଗଣ୍ଡଗୋଳ ସମାଧାନ କରିବାକୁ ଯାଇ ଜଣେ ବୃଦ୍ଧା କୁରାଢ଼ୀ ଚୋଟ ଖାଇଛନ୍ତି। କୁରାଢ଼ୀ ଚୋଟରେ ବୃଦ୍ଧାଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛି ।

ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ କୁଦମାନସିଂ ଗ୍ରାମର ହରିଶ ବେହେରାଙ୍କର ପରିବାର ମଧ୍ୟରେ। ପାରିବାରିକ ଝଗଡା ଉଗ୍ରରୂପ ଧାରଣ କରି ରାସ୍ତା ଉପରକୁ ଆସିବାରୁ ଗ୍ରାମବାସୀ ସେମାନଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ପଡ଼ୋଶୀ ବୃଦ୍ଧା ଯମୁନା ମଣି ଜେନା (୬୦) ଉଭୟ ଗଣ୍ଡଗୋଳକାରୀଙ୍କ ମଝିରେ ରହି ଗଣ୍ଡଗୋଳ ସମାଧାନ ପାଇଁ ଚେଷ୍ଟାକରୁଥିଲେ। ଏହି ସମୟରେ ଗଣ୍ଡଗୋଳକାରୀ ଧରିଥିବା ଏକ କୁରାଢ଼ୀ ବୃଦ୍ଧା ଯମୁନାମଣିଙ୍କ ମୁଣ୍ଡରେ ଵାଜିଥିଲା । ଏଥିରେ ବୃଦ୍ଧା ଜଣକ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ଯମୁନାମଣି ଅତ୍ୟଧିକ ଗୁରୁତର ଥିବା ଦେଖି ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି । ବାଲିଆପାଳ ପୁଲିସ ଆକ୍ରମଣକାରୀ ହରିଶ ବେହେରାଙ୍କ ପୁଅ ବଳରାମ ବେହେରାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories