www.samajalive.in
Sunday, December 14, 2025
26.1 C
Bhubaneswar

ଲଣ୍ଡନସ୍ଥିତ ଆମେରିକା ଦୂତାବାସ ବାହାରେ ବିସ୍ଫୋରଣ

ସମାଜ ଡିଜିଟାଲ ଡେସ୍କ: ଲଣ୍ଡନସ୍ଥିତ ଆମେରିକା ଦୂତାବାସ ବାହାରେ ଶୁକ୍ରବାର ଏକ ବିସ୍ଫୋରଣ ଘଟିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଘଟଣା ପରେ ମେଟ୍ରୋପଲିଟାନ ପୁଲିସ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛି।

ଲଣ୍ଡଡ଼ର ନାଇନ ଏଲ୍‌ମସଠାରେ ଥିବା ଆମେରିକୀୟ ଦୂତାବାସ ବାହାରେ ଏକ ସନ୍ଦିଗ୍ଧ ବସ୍ତୁ ପଡ଼ିଥିବା ପ୍ରଥମେ ଖବର ମିଳିଥିଲା। ଏହା ପରେ ମେଟ୍ରୋପଲିଟାନ ପୁଲିସ ପହଞ୍ଚି ଉକ୍ତ ଅଞ୍ଚଳରୁ ଘେରାବନ୍ଦୀ କରି ସମସ୍ତ ରାସ୍ତା ସିଲ୍‌ କରିଦେଇଥିଲା। ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିବା ପୂର୍ବରୁ ଉକ୍ତ ସନ୍ଦିଗ୍ଧ ବସ୍ତୁଟି ବିସ୍ଫୋରଣ ଘଟିଥିଲା। ସ୍ଥାନୀୟ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। କିନ୍ତୁ ଏହା ଅଧିକ ତୀବ୍ର ନ ଥିଲା। ଯାହାଫଳରେ ବିଶେଷ କ୍ଷୟକ୍ଷତି ଘଟିନାହିଁ ବୋଲି ପୁଲିସ କହିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories