www.samajalive.in
Friday, December 5, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ରାସ୍ତାରେ ମହିଳା ବିକୁଥିଲେ ପଇଡ, ସୈନିକ ଆସିଲେ, ତା’ପରେ ଯାହା ଘଟିଲା ଆଖିରେ ଲୁହ ଆସିଯିବ..

ନୂଆଦିଲ୍ଲୀ : ପ୍ରତ୍ୟେକ ବାପା-ମାଆ ଇଚ୍ଛା କରନ୍ତି, ସେମାନେ ଜୀବନରେ ଯେଉଁ କଷ୍ଟ କରିଛନ୍ତି, ତାଙ୍କ ପିଲାଙ୍କୁ କଷ୍ଟ କରିବାକୁ ନପଡୁ । ସେମାନେ ସଂଘର୍ଷ କରି ଥିଲେ ମଧ୍ୟ ପିଲାଙ୍କୁ ଯେପରି ସଂଘର୍ଷ କରିବାକୁ ନପଡୁ । ପିଲାଙ୍କୁ ସଫଳତା ଦେବା ପାଇଁ, ଉତ୍ତମ ଶିକ୍ଷା ସହ ଖୁସିରେ ଜୀବନ ଅତିବାହିତ କରିବା ପାଇଁ ବାପା-ମାଆ ସର୍ବଦା ଚେଷ୍ଟା କରି ଥାଆନ୍ତି । ଅଧିକରୁ ଅଧିକ ପରିଶ୍ରମ ମଧ୍ୟ କରି ଥାଆନ୍ତି । ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓଟି ମାଆ ଓ ପୁଅର । ମାଆଟି ନିଜ ପୁଅକୁ କର୍ମକ୍ଷେତ୍ରରେ ସଫଳତା ହାସଲ ପାଇଁ ଖୁବ୍‌ ସଂଘର୍ଷ କରିଥିବା ସାମ୍ନାକୁ ଆସିଛି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ ସେହି ମାଆ ନିକଟରେ ମୁଣ୍ଡ ନୁଆଇଁ ପ୍ରଣାମ ଜଣାଇଛନ୍ତି ।


ଭିଡିଓରେ ଦେଖିପାରିବେ, ଜଣେ ମହିଳା ରାସ୍ତାକଡରେ ପଇଡ ବିକ୍ରି କରୁଛନ୍ତି। ସେହି ସମୟରେ ୨ ଜଣ ଗ୍ରାହକ ଆସି ପଇଡ କିଣି ପିଉଛନ୍ତି । ଠିକ୍‌ ସେହି ସମୟରେ ମୁହଁରେ ମାସ୍କ ଲଗାଇ ଜଣେ ସୈନିକ ଆସୁଛନ୍ତି । ମହିଳାଙ୍କୁ ପଇଡ ଦେବା ପାଇଁ କହୁଛନ୍ତି । ମହିଳା ଜଣକ ପଇଡ ସୈନିକଙ୍କୁ ଦେବା ମାତ୍ରେ ସେ ମହିଳାଙ୍କୁ ସାଲ୍ୟୁଟ୍‌ ମାରୁଥିବା ଦେଖାଯାଉଛି । ଏହା ଦେଖିବା ପରେ ମହିଳା ଜଣକ ଚମକି ପଡୁଛନ୍ତି । ସୈନିକ ଜଣକ ମୁହଁରୁ ମାସ୍କ ହଟାଇବା ମାତ୍ରେ ମହିଳାଙ୍କ ଆଖିରେ ଲୁହ ଆସି ଯାଉଛି । ମହିଳା ଜଣକ କାନ୍ଦି ପକାଉଛନ୍ତି । ମହିଳା ଜଣକ ତାଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦିବାକୁ ଲାଗୁଛନ୍ତି । ସେହି ସମୟରେ ଗ୍ରାହକ ପଚାରୁଛନ୍ତି କ’ଣ ହେଲା, ସୈନିକ ଜଣକ ମହିଳାଙ୍କୁ ନିଜର ମାଆ ବୋଲି କହୁଛନ୍ତି । ଏହାପରେ ୨ ଜଣ ଗ୍ରାହକ ସୈନିକଙ୍କ ସହ ହାତ ମିଳାଇ ସେଠାରୁ ଯାଉଛନ୍ତି ।

୨୦୨୫ରେ ରାହୁ ଓ କେତୁ ଚଳନ; ଏହି ୫ ରାଶି ପାଇବେ ରାଜା ଭଳି ଜୀବନ, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

- Advertisement -

ବଡ ଖବର; ୨୪ ତାରିଖରେ ୨୦ ଲକ୍ଷ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା, ଜାନୁଆରୀ, ଫେବୃଆରୀ ମିଳିବ ୨ୟ କିସ୍ତି..

ଦେଖନ୍ତୁ ଭିଡିଓ ; ବିଚ୍‌ ରାସ୍ତାରେ ବିପଜ୍ଜନକ ଷ୍ଟଣ୍ଟ, ନାବାଳକ କଲା ଏମିତି..

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories