www.samajalive.in
Sunday, December 7, 2025
23.1 C
Bhubaneswar

ମଦ ଭାଟିରୁ ଲୁଟ : ୩ ଗିରଫ, ନଗଦ ଟଙ୍କା ଏବଂ ମୋବାଇଲ ଜବତ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ତେନ୍ତୁଲିଖୁଣ୍ଟି ମଦ ଭାଟିରୁ ଲୁଟ । ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଚି।  ସୂଚନା ମୂତାବକ ଗତ ୧୯ ତାରିଖରେ ଅମଲେଶ ଯାଦବ ନାମକ ଜଣେ ବ୍ୟକ୍ତି ଭାଟିରେ ମଦ ବିକ୍ରି କରୁଥିବାବେଳେ  ଟିଟିଲାଗଡ଼ ସହରର ଲୋକନାଥ କୁମ୍ଭାର ଓରଫ କୁଟ୍ଟୀ, ସଞ୍ଜୟ ସୁନା ଏବଂ ଖଜୁରପଡାର ମକୁନ୍ଦ ବାଗ ତାଙ୍କୁ ଧମକାଇଥିଲେ। ଏବଂ ତାଙ୍କ ଠାରୁ ୨୦ ହଜାର ୪୬ ଟଙ୍କା ଏବଂ ଏକ ମୋବାଇଲ ଲୁଟି ନେଇଥିଲେ। ଏନେଇ ତଦନ୍ତ ଅଧିକାରୀ ଦେବାଶିଷ ଶତପଥିଙ୍କ ନେତୃତ୍ୱରେ ଏକ ଟିମ ୩ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଏ ନେଇ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି। ପୁଲିସ ଅଭିଯୁକ୍ତଙ୍କ ଠାରୁ ୧୦ ହଜାର ଟଙ୍କା ଏବଂ ମୋବାଇଲ ଫୋନ ଜବତ କରିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories