www.samajalive.in
Monday, December 8, 2025
24.1 C
Bhubaneswar

ବିଶ୍ୱ ଶିଶୁ ଦିବସ ଅବସରରେ ୟୁନିସେଫ୍ ର ବାର୍ତ୍ତା ‘ଭବିଷ୍ୟତ ପାଇଁ ଆହ୍ଵାନ୍’

ପୁରୀ: ବିଶ୍ୱ ଶିଶୁ ଦିବସ ପାଳନ କରିବା ଅବସରରେ ୟୁନିସେଫ୍ ଓଡ଼ିଶା ଦ୍ଵାରା ବୁଧବାର ଦିନ ପୁରୀରେ ଏକ ବାଲୁକା କଳା ପ୍ରଦର୍ଶନୀ ହୋଇଥିଲା। ଏହି ବର୍ଷର ଥିମ୍ ‘ଭବିଷ୍ୟତ ପାଇଁ ଆହ୍ଵାନ୍’ ଉପରେ ଥିବା ଚିତ୍ରକଳା, ପିଲାମାନଙ୍କର ହସୁଥିବା ଚେହେରାକୁ ପ୍ରଦର୍ଶନ କରି ଭବିଷ୍ୟତ ଗଠନରେ ସେମାନଙ୍କ ମତର ଗୁରୁତ୍ୱକୁ ଦର୍ଶାଇଲା ଜ୍ଝ

ଜଣାଶୁଣା ବାଲୁକା କଳାକାର ମାନସ ସାହୁ ଆଠ ଘଣ୍ଟା ମଧ୍ୟରେ ୧୨ ଟନ୍ ବାଲି ବ୍ୟବହାର କରି ୧୫ ଫୁଟ ଓସାର, ୫ ଫୁଟ ଉଚ୍ଚର ବାଲୁକା ମୂର୍ତ୍ତି ନିର୍ମାଣ କରିଥିଲେ ଜ୍ଝ

- Advertisement -

୧୯୮୯ ରେ ଶିଶୁ ଅଧିକାର ସମ୍ମିଳନୀରେ ପ୍ରତିବର୍ଷ ନଭେମ୍ବର ୨୦ ରେ ବିଶ୍ୱ ଶିଶୁ ଦିବସ ପାଳନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ପିଲାମାନଙ୍କୁ ପ୍ରଭାବିତ କରୁଥିବା ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର‌୍ୟ୍ୟ କରିଥାଏ ଏବଂ ସେମାନଙ୍କୁ ସେମାନଙ୍କର ଅଧିକାର ପାଇଁ ନିଜର ମତ ରଖିବାକୁ ସାହାସ ଦେଇଥାଏ।

ୟୁନିସେଫ୍ ଓଡିଶା ରାଜ୍ୟ ଅଫିସ୍ ମୁଖ୍ୟ ୱିଲିୟମ୍ ହାନଲୋନ୍ (ଜୁନିଅର୍) ଏହି ଅବସରରେ କହିଛନ୍ତି ଯେ, “ଆଜି ଜଳବାୟୁ ପରିବର୍ତ୍ତନ, ବହୁଳ ପ୍ରଯୁକ୍ତିବିଦ୍ୟା ଏବଂ ଜନସଂଖ୍ୟା ପରିବର୍ତ୍ତନ ସହିତ ପିଲାମାନେ ଅପ୍ରତ୍ୟାଶିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧା ଗୁଡ଼ିକ ପାଇଁ ୨୦୫୦ ସୁଦ୍ଧା ଆମେ ତାଙ୍କୁ କେଉଁ ପ୍ରକାରର ବାଲ୍ୟସମୟ ପ୍ରଦାନ କରିବାକୁ ଚାହୁଁଛୁ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ଏହି ବାଲୁକା କଳା ମାଧ୍ୟମରେ ଆମେ ଏକ ସକରାତ୍ମକ ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ ଏବଂ ପ୍ରତ୍ୟେକ ଶିଶୁର ଅଧିକାର ତଥା କଲ୍ୟାଣ ପାଇଁ ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛୁ।“

ୟୁନିସେଫ୍ ର ବିଶ୍ୱ ଶିଶୁ ଦିବସ ୨୦୨୪ ପଦକ୍ଷେପ ପିଲାମାନଙ୍କୁ ସେମାନଙ୍କର ଭବିଷ୍ୟତ ବିଷୟରେ କଳ୍ପନା କରିବାକୁ ଏବଂ ବୟସ୍କମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଉତ୍ସାହିତ କରେ ଜ୍ଝ ପିଲାମାନଙ୍କର ଦୃଷ୍ଟିକୋଣ ଗ୍ରହଣ କରିବା ଦ୍ୱାରା, ଆମେ ସେମାନଙ୍କ ପାଇଁ ଏକ ଉତ୍ତମ ବିଶ୍ୱ ସୃଷ୍ଟି କରିବା ପାଇଁ ଏକତ୍ର କାର‌୍ୟ୍ୟ କରିପାରିବା ଜ୍ଝ

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories