www.samajalive.in
Saturday, December 13, 2025
26.1 C
Bhubaneswar

ଓଡିଶା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ମେଳା

ପିପିଲି: ପିପିଲି ବ୍ଲକ ଗୋବିନ୍ଦପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ପ୍ରକଳ୍ପ ଗୁଡିକୁ ପ୍ରଦର୍ଶନ କରିଥିଲେ। ବିଚାରକ ଭାବେ ଗୋବିନ୍ଦପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ମହେନ୍ଦ୍ର ଡାଙ୍ଗୁଆ, ନହଳାପଡ଼ା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ହେମନ୍ତ ପ୍ରଧାନ ଏବଂ ଭୁବନେଶ୍ୱର ଏମ୍ସ ର ଡାକ୍ତର ପ୍ରଭାସ କୁମାର ମିଶ୍ର ଯୋଗଦେଇ ବିଜ୍ଞାନ ମେଳା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ପ୍ରକଳ୍ପ ଗୁଡିକୁ ମୂଲ୍ୟାଙ୍କନ କରିଥିଲେ। ବିଦ୍ୟାଳୟର ଅଧକ୍ଷ କାନ୍ହୁ ଚରଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ପ୍ରକଳ୍ପଧାରୀ ଛାତ୍ର ହୃତିକ ସୌରଭ ପ୍ରଧାନ, ସ୍ୱର୍ଯ୍ୟ ସାଇ ସାହୁ, ପ୍ରଜ୍ବଲ ପଣ୍ଡା ଏବଂ ଛାତ୍ରୀ ଶ୍ରୀୟା ଶ୍ଵେତା ମହାପାତ୍ର, ଆୟେଶା ରଥଙ୍କୁ ପୁରସ୍କୃତ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories