ଯମୁନାପଶି ଠାରୁ ଗୋଡ଼ିପୋଖରୀ ମହାନ୍ତସାହି ରାସ୍ତା ମରଣଯନ୍ତା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ଗ୍ରାମ ପଞ୍ଚାୟତର ଯମୁନାପଶି ଠାରୁ ଗୋଡ଼ିପୋଖରୀ ମହାନ୍ତସାହିକୁ ଯାଇଥିବା ୨.୫ କିମି ରାସ୍ତା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ପ୍ରତ୍ୟହ ଏହି ରାସ୍ତାଦେଇ ସ୍କୁଲ, କଲେଜ ଛାତ୍ରଛାତ୍ରୀ ତଥା ସାଧାରଣ ଲୋକମାନେ ଜାତୀୟ ରାଜପଥ -୪୯ର ବାଉଁଶୂଳୀକୁ ଯିବା ଆସିବା ତଥା ବିପରୀତ ଦିଗରୁ ଯମୁନାପଶି ହାଇସ୍କୁଲ,ପଞ୍ଚାୟତକୁ ଯିବାଆସିବା କରିଥାଆନ୍ତି। ଦୀର୍ଘ ଦିନ ହେବ ପଞ୍ଚାୟତ, ପଞ୍ଚାୟତ ସମିତି କିମ୍ବା ଗ୍ରାମ ଉନ୍ନୟନ ସଂସ୍ଥା ଦ୍ୱାରା ଏହି ରାସ୍ତାକୁ ମରାମତି କରାଯାଇନଥିବାରୁ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଲୋକମାନେ ବାଧ୍ୟ ହୋଇ କଣ୍ଟିଆପଡା ଛକ ୬ କିମି ରାସ୍ତା ଅତିକ୍ରମ କରି ଯିବାଆସିବା କରୁଛନ୍ତି। ବର୍ତ୍ତମାନ ଶୀତଦିନ ତଥା ଆଗକୁ ଖରାଦିନ ହୋଇଥିବାରୁ ସରକାରଙ୍କ ତରଫରୁ ଏହି ରାସ୍ତା ମରାମତି  କରାନଗଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜନସାଧାରଣ ଚେତାବନୀ ଦେଇଛନ୍ତି।

Comments are closed.