www.samajalive.in
Friday, December 12, 2025
26.1 C
Bhubaneswar

ମଣିପୁରରେ ବିଜେପି ଅଡୁଆ ବଢ଼ିଲା, ସମର୍ଥନ ପ୍ରତ୍ୟାହାର କଲା ଏନପିପି

ସମାଜ ଡିଜିଟାଲ ଡେସ୍କ: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ରାଜ୍ୟ ସରକାର ହିଂସା ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଗତ ଶନିବାର ଖୋଦ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ ବାସଭବନକୁ ଟାର୍ଗେଟ କରିଥିଲେ ଆନ୍ଦୋଳନକାରୀ। ଏହାର ଦିନକ ପରେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି ମେଣ୍ଟ ସହଯୋଗୀ ଦଳ ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନପିପି)। ଦଳର ମୁଖ୍ୟ ତଥା ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଚିଠି ଲେଖି ଅବଗତ କରାଇଛି। ସରକାରରୁ ସମର୍ଥନ ପ୍ରତ୍ୟାହାର ଦଳ ପାଇଁ ବଡ଼ ଝଟକା ହୋଇ ନ ଥିଲେ ବି ଏହା ଏକ ସତର୍କ ଘଣ୍ଟି ବୋଲି କୁହାଯାଉଛି। ବୀରେନ ସିଂହଙ୍କ ସରକାର ରାଜ୍ୟରେ ସାଧାରଣ ଅବସ୍ଥା ଫେରାଇ ଆଣିବାରେ ବିଫଳ ହୋଇଥିବାରୁ ଏନପିପି ସମର୍ଥନ ପ୍ରତ୍ୟାହାର କରୁଥିବା ଚିଠିରେ ଦର୍ଶାଯାଇଛି।

୨୦୨୨ରେ ମଣିପୁରରେ ହୋଇଥିବା ନିର୍ବାଚନ ପରେ ବିଜେପି ସରକାର ଗଠନ କରିଥିଲା। ୬୦ ଆସନ ବିଶିଷ୍ଟ ବିଧାନସଭାରେ ବହୁମତ ଲାଗି ୩୧ ଆସନ ଦରକାର ପଡ଼ୁଥିବାବେଳେ ବିଜେପି ୩୨ ଆସନରେ ବିଜୟୀ ହୋଇଥିଲା। ଏହାପରେ ଅନ୍ୟ ସହଯୋଗୀ ଦଳଗୁଡ଼ିକର ସମର୍ଥନରେ ବିଜେପି ଏଠାରେ ସରକାର ଗଠନ କରିଥିଲା। ଜେଡିୟୁର ୫ ବିଧାୟକ ବିଜେପିରେ ମିଶିଥିଲେ। ଫଳରେ ସଦସ୍ୟ ସଂଖ୍ୟା ୩୭ରେ ପହଞ୍ଚିଥିଲା। ଏହାବ୍ୟତୀତ ଏନପିପିର ୭ ସଦସ୍ୟ, ନାଗା ପିପୁଲ୍ସ ଫ୍ରଣ୍ଟ(ଏନପିଏଫ)ର ୫, ଜେଡିୟୁର ଅନ୍ୟ ଜଣେ ବିଧାୟକ ଏବଂ ୩ ସ୍ଵାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିଥିଲେ। ଫଳରେ ୫୩ ସଦସ୍ୟଙ୍କୁ ନେଇ ବିଜେପି ସରକାର ଗଢ଼ିଥିଲା। ଏନପିପିର ସମର୍ଥନ ପ୍ରତ୍ୟାହାର ରେ ଦଳର ସଂଖ୍ୟା ଏବେ ୪୬କୁ ଖସିଛି। ହିଂସାକୁ ଦୃଷ୍ଟିରେ ରଖି ଯଦି ଅନ୍ୟ ରାଜନୈତିକ ଦଳ ବିଜେପି ହାତ ଛାଡ଼ନ୍ତି ତେବେ ଏହା ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଇଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories