ବିଦ୍ୟୁତ ସଂସ୍ପର୍ଷରେ ବୃଦ୍ଧଙ୍କ ମୃତ୍ୟୁ

ବାସୁଦେବପୁର : ବିଦ୍ୟୁତ ସଂସ୍ପର୍ଷରେ ଆସିବା କାରଣରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏମିତି ଘଟଣା ଏକଡାଳ ଗାଁରେ ଘଟିଥିବା ପୁଲିସ ସୁତ୍ରରୁ ଜାଣିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ବାହାବଳପୁର ପଞ୍ଚାୟତ ଏକଡାଳ ଗ୍ରାମର ଆରତ ଦାସଙ୍କ ପୁଅ ସିତାକାନ୍ତ ଦାସ(୬୦)ନିଜ କୁକୁଡାଫାର୍ମରେ କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଷରେ ଆସିଥିଲେ । ପରିବାର ପକ୍ଷରୁ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ବାଲିମେଦ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଆସିଥିଲେ । ବାଲିମେଦ ସ୍ୱାସ୍ଥ୍ୟକେନ୍ଦ୍ରରୁ ବାସୁଦେବପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ବାସୁଦେବପୁର ପୁଲିସ ଡାକ୍ତରଖାନାରେ ପହଞ୍ଚିଛି ।

Comments are closed.