ଥରେ ଚାର୍ଜ କଲେ ୧୦୦ କିଲୋମିଟର ଯାତ୍ରା କରିବ ଏହି ସ୍କୁଟର, ଦାମ୍ ମାତ୍ର..
ନୂଆଦିଲ୍ଲୀ : ଜେଲିଓ ଇ-ବାଇକ୍ସ ନିଜ ଲୋକପ୍ରିୟ ଏକ୍ସ-ମେନ୍ ସିରିଜର ଆଡଭାନ୍ସ ଭେରିଆଣ୍ଟ ୨.୦ର ବଜାର ପ୍ରବେଶ କରିଦେଇଛି । ଏହି ମଡେଲ ଉତ୍ତମ ଫିଚର୍ ସହ ଆସୁଛି । ସହର ମଧ୍ୟରେ ଏହାକୁ ଖାସ୍ କରି ଚଳାଇବା ପାଇଁ ପ୍ରସ୍ତୁତ କରାଯାଉଛି । ଏହାକୁ ସ୍କୁଲ ଓ କଲେଜ ଛାତ୍ର, ଅଫିସ ଯାଉଥିବା ଲୋକେ ଗୋଟିଏ ସହରରୁ ଅନ୍ୟ ସହରକୁ ଯାତ୍ରା କରିପାରିବେ ।
ଏହାର ଲିଥିୟମ୍ ଆନୟ ବ୍ୟାଟେରୀ ଭାରିଆଣ୍ଟର ଦାମ୍ ୮୭,୫୦୦ ଟଙ୍କା । ଏଥିରେ ୬୦ ଭୋଲ୍ଟ ୩୦ ଏଏଚର ବ୍ୟାଟେରୀ ମିଳିବ । ୭୪ ଭୋଲ୍ଟ ୩୨ ଏଏଚ ଭାରିଆଣ୍ଟର ଦାମ୍ ୯୧,୫୦୦ ଟଙ୍କା । ଏହାର ସର୍ବାଧିକ ଗତି ୨୫ କିଲୋମିଟର ପ୍ରତି ଘଣ୍ଟା । ଥରେ ଚାର୍ଜ କଲେ ଏଥିରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିହେବ ।
ଏହାର ଓଜନ ୯୦ କିଲୋଗ୍ରାମ । ଏହା ୧୮୦ କିଲୋଗ୍ରାମର ଲୋଡିଂ କ୍ଷମତା ସହିତ ଆସୁଛି । ଥରେ ଚାର୍ଜ ହେବାକୁ ଏହା ୪-୫ ଘଣ୍ଟା ସମୟ ଲାଗିଥାଏ । ଏଥିରେ ଆଣ୍ଟି-ଥେଫ୍ଟ ଆଲାର୍ମ, ସେଣ୍ଟ୍ରାଲ ଲକିଂ, ରିଭର୍ସ ଗିୟର, ପାର୍କିଂ ସ୍ବିଚ୍, ଅଟୋ-ରିପେୟର ସ୍ବିଚ୍, ୟୁଏସବି ଚାର୍ଜର ଓ ଡିଜିଟାଲ ଡିସପ୍ଲେ ସାମିଲ । କମ୍ପାନୀ ବ୍ୟାଟେରୀ ଉପରେ ୧ ବର୍ଷ ବା ୧୦ ହଜାର କିଲୋମିଟରର ଓ୍ବାରେଣ୍ଟି ପ୍ରଦାନ କରୁଛି ।
Comments are closed.