www.samajalive.in
Monday, December 8, 2025
24.1 C
Bhubaneswar

ଧବଳେଶ୍ଵରରେ ‘ଜଷ୍ଟ ଫର ଇଉ’ର ସେବା କାର୍ଯ୍ୟ

ଆଠଗଡ: ଆଠଗଡ଼ର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ‘ଜଷ୍ଟ ଫର ୟୁ ସେବା ସଂଘ’ ପକ୍ଷରୁ ଶ୍ରୀ ଧବଳେଶ୍ଵରଙ୍କ ପଞ୍ଚକ ଓ ବଡଓଷା ଯାତ୍ରା ଅବସରରେ ବ୍ୟାପକ ସେବାମୂଳକ କାର୍ଯ୍ୟ ସମ୍ପାଦିତ ହୋଇଛି । ବାବା ଧବଳେଶ୍ଵରଙ୍କ ପୀଠରେ ଗତ ସୋମବାର ଠାରୁ ପାଞ୍ଚ ଦିନ ଧରି ଚାଲିଥିବା ପଞ୍ଚକ ଓ ବଡ ଓଷା ଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସଂଗଠନ ପକ୍ଷରୁ ଭିଡ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ଲାଡିରେ ଯାତାୟତ ସୁବିଧା, ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାରରେ ନେବା ଆଣିବା, ଅସୁସ୍ଥ ହୋଇ ପଡୁଥିବା ଶ୍ରଦ୍ଧାଳୁଙ୍କୁ ଅସ୍ଥାୟୀ ଆଶୁ ଚିକିତ୍ସା କେନ୍ଦ୍ରକୁ ନେବା ସହିତ ମନ୍ଦିର ପରିସରକୁ ପରିସ୍କାର ପରିଚ୍ଛନ କରିବା ଆଦି ସେବା କାର୍ଯ୍ୟ ଅତ୍ଯନ୍ତ ନିଷ୍ଠା ଓ ଆନନ୍ଦର ସହ କରାଯାଇଥିଲା । ଦେବୋତ୍ତର ପ୍ରଶାସନର ଅନୁମତି କ୍ରମେ ‘ଜଷ୍ଟ ଫର ଇୟୁ ସେବା ସଂଘ’ର ପ୍ରତିଷ୍ଠାତା ସଭାପତି ସୁଧାଂଶୁ ଶେଖର ସାହୁଙ୍କ ନେତୃତ୍ବରେ ଅନୁଷ୍ଠାନର ସଦସ୍ୟମାନେ ଏହି ପ୍ରସିଦ୍ଧ ପଞ୍ଚକ ଓ ବଡ ଓଷା ସମୟରେ ପୀଠରେ ୪ଦିନ ରହି ଦିନରାତି ସେବା ଯୋଗାଇଥିଲେ । ସେମାନଙ୍କର ଏହି ନିସ୍ୱାର୍ଥପର ସେବା କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories