ବୋଇତ ବନ୍ଦାଣ ଉତ୍ସବରେ ସମୁଦ୍ରକୁ ବୁଲିବାକୁ ଯାଇଥିବା ଯାତ୍ରୀଙ୍କ ବୋଟ୍ ଫସିଲା

ବାସୁଦେବପୁର: ଚୁଡ଼ାମଣି ଘାଟ ମୁହାଣରୁ ସମୁଦ୍ରକୁ ବୁଲିବାକୁ ଯାଇଥିବା ଯାତ୍ରୀଙ୍କ ବୋଟ୍‌ ଫସି ରହିଛି। ଭଟ୍ଟା ଜୁଆର ପାଇଁ ବୋଟରେ ଥିବା ଶତାଧିକ ଯାତ୍ରୀ ୪ ଘଣ୍ଟା ଧରି ଫସି ରହିଥିବାବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏମାନଙ୍କ ମଧ୍ୟରେ ମହିଳା, ଶିଶୁ, ଯୁବକ ଓ ଯୁବତୀ ରହିଛନ୍ତି। ପ୍ରଶାସନ ସହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି। ଉଦ୍ଧାର କାର୍ଯ୍ୟରେ ଭଦ୍ରକ, ବାସୁଦେବପୁର ଅଗ୍ନିଶମ ବିଭାଗର କର୍ମଚାରୀ ନିୟୋଜିତ ଥିବାବେଳେ ତହସିଲଦାର ଉପସ୍ଥିତ ରହିଛନ୍ତି।

Comments are closed.