www.samajalive.in
Saturday, December 13, 2025
15.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟର ପ୍ରଥମ ଶୈକ୍ଷିକ ପରିଷଦ ବୈଠକ

କେନ୍ଦୁଝରଗଡ଼: ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ନବଗଠିତ ଶୈକ୍ଷିକ ପରିଷଦର ପ୍ରଥମ ବୈଠକ ଗୁରୁବାର ବିଶ୍ୱବିଦ୍ୟାଳୟର କୁଳପତି ତଥା ଶୈକ୍ଷିକ ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି କୁଳପତି ପ୍ରଫେସର ମହାନ୍ତି ବିଶ୍ୱବିଦ୍ୟାଳୟର ସ୍ଥିତି, ବିଭିନ୍ନ ଗଠନମୂଳକ ପଦକ୍ଷେପ, ଛାତ୍ରଛାତ୍ରୀଙ୍କ ସଫଳତା ଓ ଶୈକ୍ଷିକ ବାତାବରଣ ସମ୍ପର୍କିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବୈଠକ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରଭୁପ୍ରସାଦ ଦାସ ନାମଲେଖା, ପାଠ୍ୟ ଖସଡା, ନୂତନ ପାଠ୍ୟକ୍ରମ, ପାଠାଗାର ଆଦି ସମ୍ପର୍କିତ ପ୍ରସ୍ତାବ ଆଗତ କରିଥିଲେ ଓ ଉପସ୍ଥିତ ଶୈକ୍ଷିକ ପରିଷଦର ସଦସ୍ୟମାନଙ୍କ ସହମତିରେ ଉକ୍ତ ପ୍ରସ୍ତାବ ଗୁଡିକ ଅନୁମୋଦିତ ହୋଇଥିଲା। ଏହାପରେ କୁଳସଚିବ ତଥା ଶୈକ୍ଷିକ ପରିଷଦର ସମ୍ପାଦକ ଦୁଃଖବନ୍ଧୁ ନାୟକ ବିଶ୍ୱବିଦ୍ୟାଳୟରେ ଖୋଲିଥିବା ନୂତନ ବିଭାଗ ଓ ବିଭିନ୍ନ ବିଷୟରେ ସିଟ୍‌‌ ସଂଖ୍ୟା ବୃଦ୍ଧି ପ୍ରସ୍ତାବ ଆଗତ କରିଥିବା ବେଳେ ପରିଷଦ ଦ୍ୱାରା ଏହା ଅନୁମୋଦନ ଲାଭ କରିଥିଲା। ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସହକାରୀ ପ୍ରଧାଧ୍ୟାପକ ପ୍ରଦୀପ କୁମାର ପଣ୍ଡା ପରୀକ୍ଷା ପରିଚାଳନା, ପରୀକ୍ଷା ଅଧିନିୟମ, ଜାତୀୟ ଶିକ୍ଷାନୀତି ଆଧାରିତ ପାଠ୍ୟଖସଡା, ପରୀକ୍ଷା ଫଳାଫଳ ସହିତ ପିଏଚ. ଡି ପାଠ୍ୟକ୍ରମର ଅଧିନିୟମ ସମ୍ପର୍କରେ ଆଗତ ପ୍ରସ୍ତାବ ଗୁଡିକ ବୈଠକରେ ଅନୁମୋଦନ ଲାଭ କରିଥିଲା। ବିଶ୍ୱବିଦ୍ୟାଳୟର ଗବେଷଣା ଓ ବିକାଶ ପ୍ରକୋଷ୍ଠ ନିର୍ଦ୍ଦେଶକ ଡ. ଶ୍ରୀଧର ସନ୍ୟାସୀଙ୍କ ଦ୍ୱାରା ଆଗତ ଗବେଷଣା ଓ ଗବେଷଣା ଅଧିନିୟମ ସମ୍ପର୍କିତ ପ୍ରସ୍ତାବ ମଧ୍ୟ ଏହି ବୈଠକରେ ଅନୁମୋଦନ ଲାଭ କରିଥିଲା। ବୈଠକରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗୀୟ ମୁଖ୍ୟ ଯୋଗ ଦେଇଥିବା ବେଳେ ଫକୀରମୋହନ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ କେନ୍ଦୁଝରର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ସଦସ୍ୟ ଭାବେ ଯୋଗ ଦେଇଥିଲେ। ବିଶ୍ୱବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପାଇଁ କୁଳପତି ଏହି ଅବସରରେ କୃତଜ୍ଞତା ଜ୍ଞାପନ କରିଥିଲେ। ଅଧ୍ୟାପକ ଡ. ନବଘନ ମଲ୍ଲିକ, ଅକାଳୁ ପୃଷ୍ଟି, ଅଧ୍ୟାପିକ ସ୍ମିତାରାଣୀ ବେହେରା, ଡ. ସରିତା ନାୟକ ପ୍ରମୁଖ ବୈଠକ ପରିଚାଳନା କରିଥିଲେ। ବୈଠକ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସହକାରୀ ପ୍ରଫେସର ଶ୍ରୀ ପଣ୍ଡା ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଶ୍ୱବିଦ୍ୟାଳୟର ଉପପରୀକ୍ଷା ନିୟନ୍ତ୍ରକ ଡ. ରୁଦ୍ରକାନ୍ତ ମାଝୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories