www.samajalive.in
Wednesday, December 10, 2025
23.1 C
Bhubaneswar

ପାଟଣାରେ ଶିଶୁ ଦିବସ ପାଳିତ

ପାଟଣା: ଘଟଗାଁ ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ଟିକିରା ପରିସରରେ ଶିଶୁ ଦିବସ ଅଧ୍ୟକ୍ଷ ଭ୍ରମରବର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଅସ୍ମିତା ସିହ୍ନା କାର୍ଯକ୍ରମର ସଂଯୋଜନା କରିଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଶିଶୁବତ୍ସଳତା ଓ ତାଙ୍କ ଜୀବନୀ ଉପରେ ଛାତ୍ରଛାତ୍ରୀ ମାନେ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶିଶୁ ଦିବସର ବାର୍ତ୍ତା ପ୍ରଦାନ କରିଥିଲେ। ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଚକୋଲେଟ ଓ କଲମ ପ୍ରଦାନ କରାଯାଇଥିଲା।

 

- Advertisement -

ପାଟଣା ବ୍ଲକ ଅନ୍ତର୍ଗତ ସଅଁରାପଶି ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ ପାଳନ କରଯାଇଛି। ଏହି ଅବସରରେ ବିଦ୍ୟାମନ୍ଦିରରେ ଏକ ସଭାକାର୍ଯ୍ୟ ଆୟୋଜନ ହୋଇଥିଲା। ସଭାକାର୍ଯ୍ୟ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟା କଳ୍ପନା ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ସଭାକାର୍ଯ୍ୟକୁ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ରଇଦାସ ମହାନ୍ତ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା କବି ଭରତ ଚନ୍ଦ୍ର ସାହୁ ଯୋଗଦାନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ବାଲ୍ୟ ଜୀବନ ଠାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ପିଲା ମାନଙ୍କ ପ୍ରତି ତାଙ୍କର ଭଲ ପାଇବା ପ୍ରସଙ୍ଗ ଅଭିଭାଷଣ ରଖିଥିଲେ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories