www.samajalive.in
Friday, December 12, 2025
23.1 C
Bhubaneswar

ଶ୍ରୀମନ୍ଦିରକୁ ୧୦ଟି ବ୍ୟାଟେରୀ ଚାଳିତ ଅଟୋ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

ଡେସ୍କ: କେନ୍ଦ୍ର ନୂତନ ଓ ନବୀକରଣ ଶକ୍ତି ଏବଂ ଖାଦ୍ୟଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନକୁ ୧୦ଟି ବ୍ୟାଟେରୀ ଚଳିତ ଅଟୋ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅକ୍ଷୟ ଶକ୍ତି ସଂସ୍ଥା – ଇରେଡା ପକ୍ଷରୁ ଭକ୍ତଙ୍କ ସୁବିଧା, ବିଶେଷ ଭାବେ ବୃଦ୍ଧ ବୃଦ୍ଧା ଯେଭଳି ସହଜରେ ଶ୍ରୀମନ୍ଦିର ପରିଦର୍ଶନ କରିପାରିବେ, ସେଥିପାଇଁ ୧୦ଟି ଅଟୋ ପ୍ରଦାନ କରାଯାଇଛି।


ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗ ଦେଇ ଅଟୋ ଗୁଡିକର ଫ୍ଲାଗ୍ ଅଫ୍ କରିଥିଲେ। ସେ କହିଥିଲେ, ଇରେଡାକୁ ନବରତ୍ନ ମାନ୍ୟତା ମିଳିଛି। ସେ କହିଛନ୍ତି ଯେ ଅକ୍ଷୟ ଉର୍ଜା ଶକ୍ତି ମାଧ୍ୟମରେ ୫୦୦ ଜିଗା ୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ୨୧୨ ଜିଗା ୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇଛି। ସୂଚନା ଯୋଗ୍ୟ, ଇରେଡା ଏହି ବ୍ୟାଟେରୀ ଚାଳିତ ଗାଡି ନିମନ୍ତେ ୩ ବର୍ଷ ପାଇଁ ଡ୍ରାଇଭରଙ୍କ ଦରମା ଓ ମରାମତି କାର୍ଯ୍ୟ କରିବ।

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories