www.samajalive.in
Wednesday, December 10, 2025
23.1 C
Bhubaneswar

ଜନ ଜାଗରଣ ମଞ୍ଚ ପକ୍ଷରୁ ସ୍ୱତନ୍ତ୍ର ଘରବାରି ଦାବି

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତର ପଣସଗୁଡ଼ା ଗ୍ରାମର ଲୋକମାନେ ଏକାଠି ହୋଇ ଜନଜାଗରଣ ମଞ୍ଚ ପକ୍ଷରୁ ଘରବାରି ପଟ୍ଟା ପ୍ରଦାନ କରିବା ନିମନ୍ତେ ତହସିଲଦାର ରଞ୍ଜନ କୁମାର ମାନସେଠଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ପଣସଗୁଡ଼ା ଗ୍ରାମରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ପରିବାର ଦୀର୍ଘ ୩୦ବର୍ଷ ଧରି ବସବାସ କରି ଆସୁଛନ୍ତି। ଏହି ପରିବାରମାନଙ୍କୁ ଆଜି ପର୍ଯ୍ୟନ୍ତ ଘରବାରି ପଟ୍ଟା ନ ମିଳିବାରୁ ଜନ ଜାଗରଣ ମଞ୍ଚ ସହାୟତାରେ ଗ୍ରାମର ପ୍ରାୟ ୭୦ଜଣ ମହିଳା ପୁରୁଷ ଏକତ୍ରିତ ହୋଇ ରାଜସ୍ୱ ନିରୀକ୍ଷକଙ୍କ ନିକଟକୁ ଯାଇଥିଲେ। ସେଠାରୁ କୌଣସି ସୁଫଳ ନମିଳିବାରୁ ବୁଧବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଆସି ତହସିଲଦାର ରଞ୍ଜନ କୁମାର ମାନସେଠଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ଦେବାକୁ ଆସିଥିଲେ। ତେବେ ତହସିଲଦାର କୌଣସି କାରଣରୁ ବାହାରକୁ ଯାଇଥିବା ଯୋଗୁଁଁ କାର୍ଯ୍ୟାଳୟ ପରିସରରେ ଥିବା ଡାକ ବାକ୍ସରେ ଅଭିଯୋଗ ପତ୍ର ପକାଇ ଦେଇଥିଲେ। ଏହି ସମସ୍ୟାକୁ ଦୃଷ୍ଟିଗୋଚର କରି ସ୍ଥାୟୀ ସମାଧାନ କରାଯାଉ ବୋଲି ଲିଖିତ ଭାବେ ଦାବି ଜଣାଇଛନ୍ତି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories