www.samajalive.in
Wednesday, December 10, 2025
16.1 C
Bhubaneswar

ଯିଏ ସିନେମାର ଶତ୍ରୁ, ମୋର ବି ଶତ୍ରୁ – ଅଭିନେତା ମନୋଜ ମିଶ୍ର

ଡେସ୍କ: କଟକ ସାଇବର ଥାନାରେ ମାମଲା ରୁଜ୍ଜୁ ହେବା ପରେ ଆଜି ଗଣମାଧ୍ୟମ ସମୁଖରେ ମୁହଁ ଖୋଲିଛନ୍ତି ଅଭିନେତା ମନୋଜ ମିଶ୍ର। ସେ କହିଛନ୍ତି ଯେ ତାଙ୍କ ନାଁରେ ଯେଉଁ ମାମଲା ରୁଜ୍ଜୁ ହେଉଛି ତାହାର କୌଣସି ଯଥାର୍ଥତା ନାହିଁ। ସେ କହିଛନ୍ତି, ମୁଁ କୌଣସି ନିର୍ଦେଶକଙ୍କୁ ଓଡିଶାରେ ଖରାପ କହିନି। ସିନେମା କାହା ଵୋପାର ନୁହେଁ, ଯିଏ ସିନେମାର ଶତ୍ରୁ ମୁଁ ତାର ଶତ୍ରୁ। ଯେଉଁମାନେ ନିଜକୁ ନିର୍ଦ୍ଦେଶକ କହୁଥିବା କିଛି ଲୋକ ଖରାପ ସିନେମା ତିଆରି କରିବା ବନ୍ଦ୍ କରିବେ ସେଇ ଦିନ ମୁଁ ଚୁପ୍ ରହିବିି ବୋଲି ସେ କହିଛନ୍ତି।

ସିନେମା ମୋ ବୋପାର ନୁହେଁ, ଏହା ଓଡ଼ିଶାବାସୀଙ୍କର ବୋଲି ଅଭିନେତା ମନୋଜ ମିଶ୍ର କହିଛନ୍ତି। ଯିଏ ଏହାକୁ ଖରାପ୍ କରିବ ମୁଁ କହିବି। ଯିଏ ସିନେମାର ଶତ୍ରୁ ମୋର ବି ଶତ୍ରୁ। ଯେଉଁ ଦଳ ସାଇବର ସେଲ୍ ଯାଇଥିଲେ ତାଙ୍କ ଦ୍ଵାରା ଭଲ ସିନେମା ହେଉନାହିଁ। ଜ୍ୟୋତି ଦାସ ଗୁଡ ବୟ ସିନେମାର ନିର୍ମାତା। ସେ ଆଜି ପ୍ରଯୋଜକଙ୍କୁ ଦେଖିଲେ ଲୁଚୁଛନ୍ତି। ସବ୍ୟସାଚୀ ମହାପାତ୍ରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମନୋଜ ମିଶ୍ର। ମନୋଜ କହିଛନ୍ତି, ଆଜି ‘କର୍ମ’ ସାଢେ଼ ୬ କୋଟି ବ୍ୟବସାୟ କଲାଣି, ଆଗକୁ ୧୦ କୋଟି କରିବ। ସେଇ ୨୫ ହଜାର ଲୋକ ଫାଇଦା ପାଇବେ କି ବୋଲି ପ୍ରଶ୍ନ କରିଛନ୍ତି ମନୋଜ ମିଶ୍ର। ସିନେମାରେ ବ୍ୟବସାୟ ନାହିଁ, ଅଭିନେତା ଅନ୍ୟଠୁ ପଇସା ମାଗନ୍ତି। ମୋତେ କେତେ କିଏ ପଇସା ମାଗନ୍ତି ମୁଁ ଜାଣିଛି। ଓଡ଼ିଶାର ସବୁ ସିନେମାକୁ ୨୫ ଲକ୍ଷ ଟଙ୍କାର ସବସିଡି ମିଳିବା ଦରକାର। ପ୍ରାଇମା ଟାଇମରେ ୪ ସପ୍ତାହ ମିଳିବା ଦରକାର। ଲୋକଙ୍କୁ ପୁଣି ଓଡ଼ିଆ ସିନେମାକୁ ଫେରିବା ପାଇଁ ହଲରେ ସିନେମା ରଖିବାକୁ ହେବ ବୋଲି ସେ କହିଛନ୍ତି।

- Advertisement -

‘ରାଣ୍ଡି ପୁଅ ଅନନ୍ତା’ ନାଆଁ କୁ ବିରୋଧ କରି ଅଭିନେତା ମନୋଜ କହିଛନ୍ତି, ଯୁଗକୁ ଦେଖି ସିନେମା ନାଆଁ ପରିବର୍ତ୍ତନ ହେବା ଦରକାର। ଯେଉଁମାନେ କହୁଛନ୍ତି ଯେ ମୁଁ ଚର୍ଚ୍ଚାରେ ରହିବାକୁ ଏମିତି କରୁଚି, ସେମାନେ ମୋତେ ବାରମ୍ବାର ଚର୍ଚ୍ଚାକୁ ଟାଣୁଛନ୍ତି। ଜ୍ୟୋତି ଦାସ ମୋତେ ବାଡ଼େଇବାକୁ କହିଲେ, ତେବେ ଆପତ୍ତିଜନକ କଥା କିଏ କାହାକୁ କହିଲା କୁହନ୍ତୁ। ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଆଗକୁ ନେବା ପାଇଁ ତାଙ୍କର ଜ୍ଞାନ ନାହିଁ।

ଅଭିନେତା ମନୋଜ କହିଛନ୍ତି, ଆଜିଠୁ ସବୁ ସିନେମାକୁ ପ୍ରଥମ ଦିନ ପ୍ରଥମ୍ ଶୋ ଦେଖିବି ଆଉ କହିବି। ମୁଁ ସିନେମାର ଭବିଷ୍ୟତ ପାଇଁ ଲଢ଼ୁଛି…ଲଢ଼ିବି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories