www.samajalive.in
Saturday, December 6, 2025
23.1 C
Bhubaneswar

ବାଘୁଣୀକୁ ଖାଇଲା ବାଘ

ଭୋପାଳ: ଜଙ୍ଗଲର ଆଇନ ସେଠାକାର ଶକ୍ତିଶାଳୀ ପ୍ରାଣୀଙ୍କ ଦ୍ୱାରା ସ୍ଥିର କରାଯାଇ ଥାଏ। ତେଣୁ ଜଙ୍ଗଲର ରାଜା ସିଂହ ଅଥବା ବାଘ ବୋଲି କୁହାଯାଇ ଥାଏ। ବୈଜ୍ଞାନିକମାନେ ଜଙ୍ଗଲର ଏହି ଶକ୍ତିଶାଳୀ ପ୍ରାଣୀ ସମ୍ପର୍କରେ ଦୀର୍ଘ ଅନୁଧ୍ୟାନ କରି ଏହି ପଶୁର ଏକାଧିକ ଗୁଣ ସମ୍ପର୍କରେ ତଥ୍ୟ ଦେଇଛନ୍ତି। ଯେପରି ବାଘ କିମ୍ବା ସିଂହ ଏକ ଜଙ୍ଗଲୀ ହିଂସ୍ର ପ୍ରାଣୀ ହୋଇଥିଲେ ମଧ୍ୟ ସେ ମଧ୍ୟ ପରିବାର ମଧ୍ୟରେ ରହିବାକୁ ପସନ୍ଦ କରିଥାଏ। ଏଥିପାଇଁ ପୁରୁଷ ସିଂହ ଅଥବା ବାଘକୁ ଦୀର୍ଘ ସଂଘର୍ଷ କରିବାକୁ ପଡ଼େ। ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି।
ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରେ ଏକ ବାଘୁଣୀକୁ ବାଘ ଆକ୍ରମଣ କରି ଖାଇ ଦେଇଛି। ସାଧାରଣତଃ ବାଘ ହରିଣ ଓ ଅନ୍ୟାନ୍ୟ ଜନ୍ତୁଙ୍କୁ ଶିକାର କରୁଥିବାବେଳେ ସ୍ୱଜାତୀୟ ପ୍ରାଣୀକୁ ହତ୍ୟା କରି ଖାଇବା ଘଟଣା ପ୍ରାଣୀ ବିଜ୍ଞାନୀଙ୍କୁ ଚକିତ କରିଛି। ଜଙ୍ଗଲ ମଧ୍ୟରେ ସୀମା ବିବାଦକୁ କେନ୍ଦ୍ର କରି ଘଟିଥିବା ସଂଘର୍ଷର ଏହା ନୃଶଂସ ରୂପ ବୋଲି କାହ୍ନା ଜାତୀୟ ଉଦ୍ୟାନର ନିର୍ଦେଶକ କେ କୃଷ୍ଣମୂର୍ତ୍ତୀ ସନ୍ଦେହ ପ୍ରକାଶ କରିଛନ୍ତି। କାହ୍ନା ଜାତୀୟ ଉଦ୍ୟାନରେ ବାଘଙ୍କ ଖାଦ୍ୟ ପାଇଁ ବ୍ୟାପକ ସାଧନ ରହିଥିଲେ ମଧ୍ୟ ବାଘ ପରି ହିଂସ୍ର ପ୍ରାଣୀ ନିଜ ସୀମାକୁ ନେଇ ବେଶ୍‍ ସମ୍ବେଦନଶୀଳ ହୋଇଥାନ୍ତି। ନିଜ ସୀମା ମଧ୍ୟରେ ପରିବାରବର୍ଗଙ୍କୁ ନେଇ ବାଘ ସାଧାରଣତଃ ଶିକାର କରୁଥିବାବେଳେ ଖାଦ୍ୟ ଅନ୍ୱେଷଣରେ କେତେବେଳେ କେମିତି ସୀମା ଅତିକ୍ରମ କଲେ ଅନ୍ୟ ବାଘ ସହ ସଂଘର୍ଷ ହେବାର ନଜିର ରହିଛି। ତେବେ ଏହି ସଂଘର୍ଷରେ ପରାଜିତ ବାଘ ଉକ୍ତ ସୀମା ଛାଡ଼ି ପଳାୟନ କରୁଥିବାବେଳେ ପ୍ରଥମ ଥର ପାଇଁ ଜଣେ ପ୍ରାପ୍ତ ବୟସ୍କ ବାଘୁଣୀକୁ ସୀମା ପାଇଁ ସଂଘର୍ଷରେ ଅନ୍ୟ ଏକ ବାଘର ଆହାର ହେବାକୁ ପଡ଼ିଛି।
ଜଙ୍ଗଲ ବିଭାଗ ପକ୍ଷରୁ ମୃତ ବାଘୁଣୀର ଖଣ୍ଡବିଖଣ୍ଡିତ ଶରୀରକୁ ବ୍ୟବଚ୍ଛେଦ କରିବା ପରେ ସେ ବାଘ ଦ୍ୱାରା ଶିକାର ହୋଇଥିବା ପ୍ରମାଣିତ ହୋଇଛି। ମୃତ ବାଘୁଣୀର ଖପୁରୀ ଓ ପଞ୍ଝାକୁ ଅନୁଧ୍ୟାନ କରି ଜଙ୍ଗଲ ବିଭାଗ ମୃତ୍ୟୁର କାରଣ ଅନ୍ୟ ଏକ ବାଘ ବୋଲି ଜାଣି ପାରୁଥିଲେ ମଧ୍ୟ ବାଘର ଏଭଳି ଆଚରଣ ସେମାନଙ୍କୁ ଚକିତ କରିଛି। ଅନୁସନ୍ଧାନ କରୁଥିବା ଡବ୍ଲୁଡବ୍ଲୁଏଫ ଓ ଡବ୍ଲୁଟିଆଇର ଦଳ ମୃତ ବାଘୁଣୀର ମୃତଦେହକୁ ଠାବ କରିବା ପରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ପୂର୍ବରୁ ମଧ୍ୟ ଜଣେ ପ୍ରାପ୍ତ ବୟସ୍କ ବାଘ ଅନ୍ୟଏକ ବାଘର ସୀମାରେ ପ୍ରବେଶ କରି ସେଠାରେ ଥିବା ବାଘ ଛୁଆଙ୍କୁ ମାରି ଖାଇଦେବାର ନଜିର ରହିଥିବାବେଳେ ଏକ ପ୍ରାପ୍ତ ବୟସ୍କ ବାଘ ଅନ୍ୟ ଏକ ବାଘୁଣୀକୁ ଖାଇବା ଜଙ୍ଗଲ ଇତିହାସରେ ବିରଳ ବୋଲି ମତବ୍ୟକ୍ତ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories