www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପି ବୋଇତ ବନ୍ଦାଣକୁ ନେଇ ରାଜନୀତି, ୨ ଗୋଷ୍ଠୀ ଅଲଗା ଅଲଗା ପାଳିବେ ବୋଇତ ବନ୍ଦାଣ

ଧାମରା: ଦୀର୍ଘ ୭ବର୍ଷ ହେବ ବିଜେପି ପକ୍ଷରୁ ଧାମରାରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇ ଆସୁଛି। ଏହି ଦଳ ପକ୍ଷରୁ ଏହାର ନାମ ମା ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ ନାମରେ ନାମିତ। ଚଳିତ ବର୍ଷ ଏହା ୮ମ ବର୍ଷରେ ପଦାର୍ପଣ ମଧ୍ୟ କରିଛି। ମାତ୍ର ଏହି ବୋଇତ ବନ୍ଦାଣକୁ ନେଇ ରାଜନୀତି ସରଗରମ ହୋଇ ପଡ଼ିଥିବା ବେଳେ, ଧାମରାରେ ଏହି ବୋଇତ ବନ୍ଦାଣ ଉତ୍ସବରେ ନିର୍ମାଣ ହୋଇଥିବା ବ୍ୟାନରକୁ ନେଇ ବିଜେପିର ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି। ଦୁଇ ଗୋଷ୍ଠୀ ଏହି ଉତ୍ସବକୁ ସରସ ସୁନ୍ଦର କରି ଅଲଗା ଭାବେ ପାଳନ କରିବାକୁ ମନସ୍ଥ ମଧ୍ୟ କରିଛି। ଏହାର ଏକମାତ୍ର କାରଣ ଏହି ବୋଇତ ବନ୍ଦାଣ ପାଇଁ ନିର୍ମାଣ ହୋଇଥିବା ବ୍ୟାନର।

 

- Advertisement -

ନିର୍ମାଣ ହୋଇଥିବା ବ୍ୟାନରେ ଧାମରା ପଂଚାୟତର ପୂର୍ବତନ ସରପଂଚ ସ୍ୱର୍ଗତ କାଲା ଜେନାଙ୍କ ଫଟୋ ଏବଂ ଜାଗୁଳା ପଂଚାୟତର ପୂର୍ବତନ ଶିକ୍ଷକ ସ୍ୱର୍ଗତ ତ୍ରିଲୋଚନ ପ୍ରଧାନଙ୍କ ଫଟୋ ସ୍ଥାନିତ ହେବା ସହ ଏହି ଫଟୋ ପାଖରେ ଲେଖାଯାଇଛି ‘ସ୍ମୃତିରେ’କୁ ନେଇ ରାଜନୀତି ସରଗରମ ହୋଇ ପଡ଼ିଛି। ଏହି ପଂଚାୟତରର ସଭାପତି ପ୍ରଦ୍ୱୀପ ରାଉତଙ୍କ ମତରେ ଏହି ମା ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବକୁ ସ୍ୱର୍ଗତ କାଲା ଜେନା ଅଥବା ତ୍ରିଲୋଚନ ପ୍ରଧାନ ଆରମ୍ଭ କରି ନଥିଲେ ଅଥବା ସେମାନଙ୍କର ଭୂମିକା ମଧ୍ୟ କିଛି ନଥିଲା। ସେମାନେ ଅନ୍ୟ ଏକ ଆଞ୍ଚଳିକ ଦଳରେ ଥିବା ବେଳେ ବିଜେପି ଭଳି ଏକ ରାଷ୍ଟ୍ରୀୟ ଦଳରେ ସେମାନେ ମଧ୍ୟ ସଭ୍ୟ ଭାବେ ନଥିଲେ, ତେଣୁ ସେମାନଙ୍କ ଫଟୋ ଏହି ବ୍ୟାନରରେ ସ୍ଥାନ ପାଇବା ଦୁଃର୍ଭାଗ୍ୟଜନକ। ଏହାକୁ ନେଇ ବିଜେପିର ଏକ ଗୋଷ୍ଠୀ ଅନ୍ୟ ଏକ ସ୍ଥାନରେ ଏହି ଉତ୍ସବକୁ ପାଳନ କରିବାକୁ ସଜବାଜ ହେଲେଣି। ଏହା ଫଳରେ ବିଜେପିର ଗୋଟିଏ ଗୋଷ୍ଠୀ ନିଜର ପରିବାରକୁ ନେଇ ରାଜନୀତି କରିବାକୁ ବସିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ସଂପୂର୍ଣ ବିରୋଧ କରୁଛି। ତୁରନ୍ତ ଏହାର ସୁସମାଧାନ ନ ହେଲେ ଧାମରାରେ ବିଜେପିର ୨ଟି ଗୋଷ୍ଠୀ ଅଲଗା ଭାବେ ଏହାକୁ ପାଳନ କରିବେ ବୋଲି ମତ ପ୍ରକାଶ ପାଇଛି। ଏହି ସମସ୍ୟା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବେଳେ କାହାକୁ କିଏ ସମର୍ଥନ କରିବେ ତାହା ଆଲୋଚ୍ୟର ବିଷୟ ପାଲଟିଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories