www.samajalive.in
Saturday, December 6, 2025
26.1 C
Bhubaneswar

ନୂଆବର୍ଷରେ ମିଳିବ ନୂଆ ରାସନ କାର୍ଡ; ନଭେମ୍ବରରେ ସରିବ ଇ-କେୱାଇସି- ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ନୂଆ ବର୍ଷରେ ମିଳିବ ନୂଆ ରାସନ କାର୍ଡ । ଜାନୁଆରୀ ମାସରେ ନୂଆ ରାସନ କାର୍ଡ ମିଳିବା ନେଇ ବୁଧବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଜାନୁଆରୀ ମାସରେ ନୂଆ ରାସନକାର୍ଡ ପ୍ରଦାନ କରାଯିବ । ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଇ-କେୱାଇସି ଯାଞ୍ଚ ନଭେମ୍ବର ମାସରେ ଶେଷ ହେବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ, ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ନୂଆ ବର୍ଷରୁ ରାସନ କାର୍ଡ ମିଳିବ । ଏହାସହ ପ୍ରାୟ ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଆଧାରକାର୍ଡ ଆଧାରିତ ଇ-କେୱାଇସି ଅପଡେଟ୍‌ କରାଯାଉଛି ।
ସେହିପରି ପରିବାରରୁ କୌଣସି ସଦସ୍ୟ ଭିନ୍ନ ହୋଇଥିଲେ ଓ ଯୋଗ୍ୟ ହୋଇଥିଲେ, ସେମାନଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଯିବ । ରାସନକାର୍ଡ ପାଇଁ ୯ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

୧୬ ନଭେମ୍ବରରୁ ସୂର୍ଯ୍ୟ ଚମକାଇବେ ଏହି ୫ ରାଶିଙ୍କ ଭାଗ୍ୟ, ମିଳିବ ଧନ, ସୁଖମୟ ହେବ ଦାମ୍ପତ୍ୟ ଜୀବନ.. – Samaja Live

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories