କେନ୍ଦୁଝରଗଡ଼: ରିମୁଳି ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନା ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ କର୍ଣ୍ଣେଶ୍ୱର ବୈଦ୍ୟ ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ରକ୍ତଦାତାଙ୍କୁ ଏଭଳି ମହତ୍ କାର୍ଯ୍ୟ ପାଇଁ ଆଗେଇ ଆସିଥିବାରୁ ସେମାନଙ୍କୁ ଉତ୍ସାହିତ କରିଥିଲେ। ଏନ୍ଏସ୍ଏସ୍ ଅଧିକାରୀ ମଞ୍ଜିତ ଲୁଗୁନ, ସାଗରିକା ନାଏକ, ଯୁବ ରେଡ଼କ୍ରସ ଉପଦେଷ୍ଟା ରାଜେଶ ଦୀପଙ୍କ ସହିତ ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ଓ ରେଡ ରିବନ କ୍ଲବର ସ୍ୱେଚ୍ଛାସେବୀମାନେ ଶିବିର ଆୟୋଜନ ଓ ପରିଚାଳନା କରିଥିଲେ। ଚମ୍ପୁଆ ଉପଖଣ୍ଡ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାକ୍ତର ଜ୍ୟୋତି ମଲ୍ଲିକଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ମୋଟ ୧୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ରକ୍ତ ଦାନ ଶିବିରକୁ ସଫଳ କରିବା ନିମନ୍ତେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।
Popular Categories



