www.samajalive.in
Monday, December 8, 2025
13.1 C
Bhubaneswar

ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ଖାଦ୍ୟମେଳା ଓ ପ୍ରଦର୍ଶନୀ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରଠାରେ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ଓଡ଼ିଶା ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟସବୁକୁ ନେଇ ଏକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଶ୍ରୀ ଅନ୍ନ ଓ ପାରମ୍ପରିକ କୃଷି ଐତିହ୍ୟକୁ ନେଇ ଆୟୋଜିତ ଜିଲ୍ଲାସ୍ତରୀୟ ଖାଦ୍ୟମେଳା ଓ ପ୍ରଦର୍ଶନୀରେ ବିଭିନ୍ନ ପୁଷ୍ଟିଶସ୍ୟ ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶନ ସାଙ୍ଗକୁ ଖାଦ୍ୟ ସମୂହର ଖାଦ୍ୟସାର ଓ ସ୍ୱାସ୍ଥ୍ୟ ସମ୍ପର୍କରେ କୃଷି ବୈଜ୍ଞାନିକ ଏବଂ ଖାଦ୍ୟ ବିଶେଷଜ୍ଞମାନେ ଆଲୋଚନା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ମିଲେଟ ପୁଷ୍ଟିଶସ୍ୟରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଏହାର ବିକ୍ରୟ ପାଇଁ ଉପଯୁକ୍ତ ବଜାର ସୃଷ୍ଟି ପାଇଁ ଅଭିଯାନ ଆରମ୍ଭ ହୋଇଛି । ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବାପାଇଁ ଓଡ଼ିଶା ଶ୍ରୀ ଅନ୍ନ ଅଭିଯାନ ତରଫରୁ ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକରୁ ଅଧିକ ସାମିଲ କରାଯାଇ ପୁଷ୍ଟିଶସ୍ୟଜାତୀୟ ଖାଦ୍ୟର ପ୍ରଚାରପ୍ରସାର କରାଯାଉଛି । ଆଜି ସୁବର୍ଣ୍ଣପୁରର ଟାଉନହଲଠାରେ ଆୟୋଜିତ ଏହି ଖାଦ୍ୟ ମେଳାରେ ମାଣ୍ଡିଆ ପାଉଁରୁଟି,ମାଣ୍ଡିଆ ବିସ୍କୁଟ,ମାଣ୍ଡିଆ କେକ,ମାଣ୍ଡିଆ ମାଲପୁଆ,ଜିଲାବି,ଗୁଲାବ ଜାମୁନ ପରି ୧୬ ପ୍ରକାର ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଏହି ସ୍ବତନ୍ତ୍ର ଖାଦ୍ୟମେଳାରେ ପ୍ରଦର୍ଶିତ ହୋଇଥିଲା । ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂବରିହାଙ୍କ ସଂଯୋଜନାରେ ଆୟୋଜିତ ମିଲେଟ ଖାଦ୍ୟମେଳାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁପାର ଠେଲା,ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଦୀପ ଗୁରୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁଷ୍ଟିସାରଯୁକ୍ତ ଖାଦ୍ୟ ଏବଂ ଶ୍ରୀ ଅନ୍ନ ଜାତୀୟ ଶସ୍ୟ କୃଷି ଉପରେ ଗୁରୁତ୍ୱାରୋପ କରିଥିଲେ ।  ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ମହିଳା ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories