www.samajalive.in
Thursday, December 11, 2025
15.1 C
Bhubaneswar

ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ଗିରଫ; ପଞ୍ଜାବରେ ଧରାପଡ଼ିଲେ ଦୁଇ ସହଯୋଗୀ

ଅଟାୱା: ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଦଲା ଓରଫ ଅର୍ଶ ଦଲାକୁ କାନାଡା ପୁଲିସ ଗିରଫ କରିଛି। ରବିବାର ପ୍ରକାଶିତ କାନାଡା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅର୍ଶଦୀପ ଏକ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ। ସେ ମୃତ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ଘନିଷ୍ଠ ସହଯୋଗୀ ଥିଲା। ଅକ୍ଟୋବର ୨୮ରେ କାନାଡାର ମିଲଟନ ସହରରେ ହୋଇଥିବା ଏକ ଗୁଳିକାଣ୍ଡ ଘଟଣାରେ ଅର୍ଶଦୀପକୁ ଗିରଫ କରାଯାଇଛି। ସେହିପରି ଭାରତର ପଞ୍ଜାବ ପ୍ରଦେଶର ମୋଗା ଜିଲାରେ କଂଗ୍ରେସ ନେତା ବଲଜିନ୍ଦର ସିଂହ ବାଲିଙ୍କ ହତ୍ୟା ପାଇଁ ଅର୍ଶଦୀପ ନିଜକୁ ଦାୟୀ କରିଥିଲା। ଅନ୍ୟପଟେ ରବିବାର ପଞ୍ଜାବ ପୁଲିସ ଅର୍ଶଦୀପଙ୍କ ଦୁଇଜଣ ସହଯୋଗୀଙ୍କୁ ଗିରଫ କରିଛି। ଗୁରୁପ୍ରୀତ ସିଂହ ହରି ନୌଙ୍କ ହତ୍ୟା ମାମଲାରେ ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି। ପଞ୍ଜାବ ପୁଲିସ ମହାନିର୍ଦେଶକ (ଡିଜିପି) ଗୌରବ ଯାଦବଙ୍କ ସୂଚନା ଅନୁଯାୟୀ ରାଜ୍ୟ ପୁଲିସର ସ୍ବତନ୍ତ୍ର ଅଭିଯାନ ସେଲ୍‌, ଆଣ୍ଟି ଗ୍ୟାଙ୍ଗଷ୍ଟର ଟାକ୍ସଫୋର୍ସ ଓ ଫରିଦକୋଟ ପୁଲିସର ମିଳିତ ଅଭିଯାନରେ ଅର୍ଶଦୀପ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରାଯାଇଛି। ଗୁରୁପ୍ରୀତ ସିଂହ ହରିଙ୍କୁ ଗତ ମାସରେ ଫରିଦକୋଟ ଜିଲାରେ ହତ୍ୟା କରାଯାଇଥିଲା। ଗିରଫ ହୋଇଥିବା ଅର୍ଶଦୀପଙ୍କ ଦୁଇ ସହଯୋଗୀ ଗତବର୍ଷ ନଭେମ୍ବରରେ ମଧ୍ୟପ୍ରଦେଶ​‌ ଗ୍ବାଲିୟରରେ ଯଶୱନ ସିଂହ ଗିଲ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories