www.samajalive.in
Wednesday, December 10, 2025
16.1 C
Bhubaneswar

୧୧ରେ ଶପଥ ନେବେ ନୂଆ ସିଜେଆଇ ସଞ୍ଜୀବ ଖାନା

ସମାଜ ଡିଜିଟାଲ ଡେସ୍କ: ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ନଭେମ୍ବର ୧୧ରେ ଶପଥ ଗ୍ରହଣ କରିବେ ସଞ୍ଜୀବ ଖାନା। ସୋମବାର ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇବେ। ବର୍ତ୍ତମାନର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ରବିବାର ଶେଷ ହୋଇଛି। ସେ ଅବସର ଗ୍ରହଣ କରିଛନ୍ତି। ନୂତନ ସିଜେଆଇ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୫ ମେ ୧୩ ପର୍ଯ୍ୟନ୍ତ ରହିବ।

ଜଷ୍ଟିସ ଖାନ୍ନା ୨୦୧୯ରୁ ସୁପ୍ରିମକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି। ସେ ଅନେକ ଗୁରୁତ୍ଵପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି। ଇଲେକ୍‌ଟ୍ରୋନିକ୍ସ ଭୋଟିଂ ମେସିନ(ଇଭିଏମ)ର ପବିତ୍ରତା ସମ୍ପର୍କିତ ମାମଲାରେ ସେ ଶୁଣାଣି କରିଥିଲେ। ସେହିପରି ଇଲେକଟୋରାଲ ବଣ୍ଡ୍‌ସ ସ୍କିମ୍‌, ଧାରା ୩୭୦ ଉଚ୍ଛେଦ ମାମଲାରେ ବି ସେ ଶୁଣାଣି କରିଥିଲେ। ସେହିପରି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବି ଜଷ୍ଟିସ ଖାନ୍ନା ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories