www.samajalive.in
Monday, December 8, 2025
13.1 C
Bhubaneswar

ଜାତୀୟ ଆଇନ ସେବା ଦିବସ ପାଳିତ

କେନ୍ଦୁଝରଗଡ଼: ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପ୍ରଭାସ ମଞ୍ଜରୀ ଆଇନ ମହାବିଦ୍ୟାଳୟ କେନ୍ଦୁଝର ପରିସରରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସଭା, ପଦଯାତ୍ରା ଓ ପ୍ରଶ୍ନୋତ୍ତର ଭଳି ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜଜ୍‌‌ ଅଶୋକ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ମାମୀ ବେହେରା ଯୋଗଦେଇ ଆଇନ ସେବା ପ୍ରାଧିକରଣର ସେବା ସମ୍ପର୍କରେ ଉଲ୍ଲେଖ କରି ଭଗବାନ ଶିବ ହିଁ ସେବାର ମୁଖ୍ୟ ଠାକୁର ବୋଲି କହିବା ସହ ମାଗଣା ଆଇନ ସେବା, ମଧ୍ୟସ୍ଥା କେନ୍ଦ୍ର, ଲୋକ ଅଦାଲତ, ପୀଡିତା କ୍ଷତିପୂରଣ ପ୍ରଦାନ ଠାରୁ ସାଇବର ଠକେଇ ଆଦି ସମ୍ପର୍କରେ ସାଧାରଣଜନତା କିଭଳି ମାଗଣାରେ ସେବା ପାଇଆସୁଛନ୍ତି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଉପଆରକ୍ଷୀ ଅଧିକ୍ଷକ ଜିତେନ୍ଦ୍ର କୁମାର ଦଳେଇ ଯୋଗଦେଇ ପୁଲିସ ପ୍ରଶାସନ କିଭଳି ଆଇନ ସେବା ଯୋଗାଇ ଆସୁଛି ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଧନେଶ୍ୱର ଦାଶ ଯୋଗଦେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏ ଦିଗରେ ଯତ୍ନବାନ ହୋଇ ଆଗାମୀ ଦିନରେ ଜନସାଧାରଣଙ୍କୁ ଆଇନ ସେବା ଯୋଗାଇବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସମ୍ପାଦକ ଅକ୍ଷୟ କୁମାର ଚକ୍ର ସ୍ୱାଗତଭାଷଣ ପ୍ରଦାନ ଅବସରରେ ୧୯୮୭ ମସିହାରୁ କିଭଳି ମାଗଣାରେ ଆଇନ ସେବା ମାଧ୍ୟମରେ ଜନସାଧାରଣ ଆଇନର ସୁଫଳ ପାଇ ପାରୁଛନ୍ତି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ପ୍ୟାନେଲ ଅଧିବକ୍ତା ସୁନୀଲ କୁମାର ମହାନ୍ତ ଯୋଗଦେଇ ପ୍ରାଧିକରଣ ମାଧ୍ୟମରେ ଜନସାଧାରଣ କିଭଳି ଆଇନ ସେବା ପାଇପାରୁଛନ୍ତି ସେ ସମ୍ପର୍କରେ ମତବ୍ୟକ୍ତ କରିଥିବା ବେଳେ ଅଧ୍ୟାପିକା କ୍ଷୀରାବ୍ଧୀ ତନୟା ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ଛାତ୍ରଛାତ୍ରୀ ମାନଙ୍କୁ ନେି ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପରେ ଏକ ପଦଯାତ୍ରା ବାହାରି ନଗର ପରିକ୍ରମା ମାଧ୍ୟମରେ ଲୋକମାନଙ୍କୁ ଆଇନ ସେବା ସମ୍ପର୍କରେ ସଚେତନ କରିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories