www.samajalive.in
Monday, December 8, 2025
13.1 C
Bhubaneswar

ତାମିଲ ଅଭିନେତା ଦିଲ୍ଲୀ ଗଣେଶଙ୍କ ପରଲୋକ

ନୂଆଦିଲ୍ଲୀ : ଅଭିନେତା ଦିଲ୍ଲୀ ଗଣେଶଙ୍କ ପରଲୋକ। ଦିଲ୍ଲୀ ଗଣେଶ ଥିଲେ ତାମିଲ ଚଳଚିତ୍ର ଜଗତର ଏକ ଜଣାଶୁଣା ଚେହେରା। ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ପୁଅ ମହାଦେବନ ମୃତ୍ୟୁ ହେବା ନେଇ ସୂଚନା ଦେଇଛନ୍ତି।  ମହାଦେବନ ତାଙ୍କ ଇନଷ୍ଟାଗ୍ରାମରେ ଷ୍ଟୋରୀ ପୋଷ୍ଟ କରି ଲେଖିଛନ୍ତି ଯେ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଏବଂ ବାପାଙ୍କ ମୃତ୍ୟୁ ରେ ଆମେ ସମସ୍ତେ ବେଶ୍ ଦୁଃଖିତ।  ତେବେ ଦିଲ୍ଲୀ ଗଣେଶ ୧୯୭୬ ମସିହାରେ ବାଲାଚନ୍ଦରଙ୍କ ପଟ୍ଟିନା ପ୍ରବେଶମ୍ ଚଳଚିତ୍ରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ତେଲୁଗୁ, ତାମିଲ ଏବଂ ମାଲାୟାଲାମରେ ୪୦୦ରୁ ଅଧିକ ଚଳଚିତ୍ରରେ କାମ କରିଛନ୍ତି। ସେ ଶେଷଥର ପାଇଁ କମଲ ହାସନଙ୍କ ଚଳଚିତ୍ର ଇଣ୍ଡିଆନ୍-୨ ରେ ନଜର ଆସିଥିଲେ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories