ନୂଆଦିଲ୍ଲୀ: ବଳାତ୍କାର ମାମଲାରେ ଜାମିନ ପାଇବାକୁ କର୍ଣ୍ଣାଟକ ହାଇକୋର୍ଟରେ ନିରାଶ ହେବାପରେ ପୂର୍ବତନ ଜେଡିଏସ ସାଂସଦ ପ୍ରଜ୍ଜ୍ବଳ ରେବନ୍ନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତାକାଲି (ନଭେମ୍ବର ୧୧) ମାମଲାର ଶୁଣାଣି କରାଯିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡାଙ୍କ ନାତି ତଥା କେନ୍ଦ୍ରମନ୍ତ୍ରୀ ଏଚ.ଡି.କୁମାରସ୍ବାମୀଙ୍କ ପୁତୁରା ପ୍ରଜ୍ଜ୍ୱଳ ଏକାଧିକ ମହିଳାଙ୍କୁ ବଳାତ୍କାର କରିଥିବା ଏବଂ ସେମାନଙ୍କର ଭିଡିଓ ରେକର୍ଡିଂ କରିଥିବା ଅଭିଯୋଗରେ କର୍ଣ୍ଣାଟକ ପୁଲିସ ଦ୍ବାରା ଗତ ମେ’ ୩୧ରେ ଗିରଫ ହୋଇଥିଲେ।
Popular Categories



