www.samajalive.in
Saturday, December 13, 2025
14.1 C
Bhubaneswar

ପ୍ରେସ କ୍ଲବର ନିଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ରାୟପୁର ନାରାୟଣା ସ୍ୱାସ୍ଥ୍ୟ ଏମ. ଏମ. ଆଇ. ଡାକ୍ତରଖାନା ସହଯୋଗରେ ସ୍ଥାନୀୟ ହରି ଭବନ ଭବନ ଠାରେ ଆସନ୍ତା ନଭେମ୍ବର ୧୬ ତାରିଖ ଶନିବାର ଦିନ ନିଶୁଳ୍କ ମେଗା ସ୍ୱାସ୍ଥ୍ୟ ଅନୁଷ୍ଠିତ ହେଵ। ଏହି ଶିବିର ଡାକ୍ତରଖାନାର ଜେନେରାଲ ସର୍ଜରୀ ଡାକ୍ତର ରାଜେଶ କୁମାର ସିହ୍ନା, ହୃଦୟ ରୋଗ ବିଶେଷଜ୍ଞ ସ୍ନେହିଲ ଗୋସ୍ୱାମୀ, କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଭାରତ ଭୂଷଣ , ଅସ୍ଥିଶଲ୍ୟ, ମେଡ଼ିସିନ ବିଶେଷଜ୍ଞ ଡାକ୍ତର ପଙ୍କଜ କୁମାର ପଟେଲ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ଯେଉଁ ଡାକ୍ତର ମାନଙ୍କ ପାଖରେ ଚିକିତ୍ସା ପାଇଁ ରୋଗୀ ଅନେକ ଦିନ ଅପେକ୍ଷା କରିଥାନ୍ତି, ସେହି ଡାକ୍ତର ଏଠି ଆସି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ଏହା ସହ ଶିବିରରେ ସମସ୍ତଙ୍କ ମାଗଣା ରକ୍ତଚାପ, ମଧୁମେହ, ଇସିଜି ପରୀକ୍ଷା ମଧ୍ୟ କରାଯିବ। ତେଣୁ ଏହି ଶିବିରର ଲାଭ ଉଠାଇବାକୁ ପ୍ରେସ କ୍ଲବ ଅନୁରୋଧ କରିବା ସହ ଅଧିକ ଜାଣିବା ପାଇଁ ସଭାପତି ପ୍ରଭଜିତ୍ ସିଂହ ସାଲୁଜା (୯୯୩୭୬୨୧୬୨୦), ସମ୍ପାଦକ ସୁରଦାସ ବାଗଙ୍କ ସହ ଯୋଗାଯୋଗ କରିବା ପାଇଁ ପ୍ରେସ କ୍ଲବ ତରଫରୁ ସୂଚନା ଦିଆ ଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories