www.samajalive.in
Thursday, December 11, 2025
23.1 C
Bhubaneswar

ଆଇଏସ ସ୍ତରରେ ଅଦଳ ବଦଳ, ପ୍ରମୁଖ ସଚିବ ସଞ୍ଜୟ ସିଂହଙ୍କୁ ଖାଦ୍ୟ ଯୋଗାଣ ବିଭାଗ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି। ରାଜ୍ୟରେ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି।  ଯୋଗାଣ ଓ ଶକ୍ତି ବିଭାଗର ପ୍ରମୁଖ ସଚିବଙ୍କୁ ବଦଳି କରାଯାଇଛି। ଶକ୍ତି ବିଭାଗ ପ୍ରମୁଖ ସଚିବ ପଦରୁ ହେମନ୍ତ ଶର୍ମାଙ୍କ ବଦଳି ହୋଇଛି। ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।। ଖାଦ୍ୟ ଯୋଗାଣ ପ୍ରମୁଖ ସଚିବ ପଦରୁ ବୀର ବିକ୍ରମ ଯାଦବଙ୍କୁ ବଦଳି କରାଯାଇଛି।

ପ୍ରମୁଖ ସଚିବ ସଞ୍ଜୟ ସିଂହଙ୍କୁ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସଚିବ ଦେଓରଞ୍ଜନ ସିଂହଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି। ଏସଆରସି ଦାୟିତ୍ବ ସହ ଓଏଫଡିସି ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲ ସିଏମଡି ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଗିରିଶ ଏସଏନଙ୍କୁ ପଞ୍ଚାୟତିରାଜ ଦାୟିତ୍ବ ମିଳିଛି। ଗୃହ ସଚିବ ଗୁହା ପୁନମ ତାପସ କୁମାରଙ୍କୁ ଅବକାରୀ କମିଶନର-ସଚିବ ଦାୟିତ୍ବ ଦିଆଯାଇଥିବା ସୂଚନା ଦିଆଯାଇଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories