www.samajalive.in
Saturday, December 6, 2025
19.1 C
Bhubaneswar

ଘର ଆଗରେ ହତ୍ୟା କରି ଚାଲିଗଲେ ଦୁର୍ବୃତ୍ତ, ସିସିଟିଭି ଫୁଟେଜ୍ ଭାଇରାଲ

ନୂଆଦିଲ୍ଲୀ : ଗ୍ବାଲିୟର ସିଟି ଥାନା ଅଞ୍ଚଳ ଗୋପାଳ ବାଗରେ ଗୁରୁବାର ରାତିରେ ୨ ଜଣ ଦୁର୍ବୃତ୍ତ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆକ୍ରମଣକାରୀ ଗୁଳି ଚଳାଇ ୨୦ ସେକେଣ୍ଡରେ ହତ୍ୟା କରି ଫେରାର ହୋଇଯାଇଛନ୍ତି । ଏହି ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଯାଇଛି । ମୃତକ ପାରୋଲରେ ବାହାରକୁ ଆସିଥିଲେ । ଏକ ହତ୍ୟା ମାମଲାରେ ସେ ଆଜୀବନ କାରାଦଣ୍ଡ ଭୋଗୁଥିଲେ ।

- Advertisement -

ଡବରାର ଗୋପାଳ ବାଗ ସିଟିରେ ରହୁଥିବା ଜସବନ୍ତ ସିଂହ ଚିନୋର ଅଞ୍ଚଳର ଅଧିବାସୀ । ସେ ୧୦ ଦିନ ପୂର୍ବରୁ ପାରୋଲରେ ଆସିଥିଲେ । ପ୍ରତିଦିନ ଭଳି ସେ ରାତିରେ ଖାଇସାରିବା ପରେ କଲୋନୀରେ ବୁଲୁଥିଲେ । ଗୁରୁବାର ରାତିରେ ସେ ବୁଲୁଥିବା ସମୟରେ ଅଚାନକ ବାଇକରେ ୨ ଜଣ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଗୁଳି ଶବ୍ଦ ଶୁଣି ସବୁ ଲୋକ ଏକାଠି ହୋଇଯାଇଥିଲେ କିନ୍ତୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ପୁଲିସ ସିସିଟିଭି ଆଧାରରେ ଖୋଳତାଡ କରୁଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories