www.samajalive.in
Thursday, December 11, 2025
14.1 C
Bhubaneswar

ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ, ୮୫ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

ଲଡ଼ୁଗାଁ /ମୋଟେର: କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଗୁରୁବାର  ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କୋକସରା ବିଇଓ ସୁଶ୍ରୀ ରଶ୍ମିତା ନେତମଙ୍କ ସଭାପତିତ୍ୱରେ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବେନ୍ଦ୍ର ପାଟ୍ଟଯୋଷୀ, ମୁଖ୍ୟ ବକ୍ତା ଭାବେ କୋକସରା ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ବିଦୁ ଭୂଷଣ ପାଟ୍ଟଯୋଷୀ, ଅବସର ପ୍ରାପ୍ତ ଶିକ୍ଷକ ନବ କିଶୋର ଦାସ, ସମାଜସେବୀ ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ, ବୁଦ୍ଧିଜୀବୀ ଫକୀର ମୋହନ ପାଟ୍ଟଯୋଷୀ , କାଶିବାହାଲ କ୍ଲଷ୍ଟର ସିଆରସିସି ପ୍ରଶାନ୍ତ କୁମାର ଶବର, ପୂର୍ବତନ ଏସ.ଏମ.ଡି.ସି ସଦସ୍ୟ ଜଗଦିଶ ସରାଫ ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ଲକ ସ୍ତରୀୟ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ବିଜ୍ଞାନ ଉପରେ ଆଧାରିତ ବିଭିନ୍ନ ପ୍ରକଳ୍ପକୁ ଅତିଥି ମାନେ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧିକାରିଣୀ ସୁଶ୍ରୀ ରଶ୍ମିତା ନେତମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ବକ୍ତା ଭାବେ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ଓ ସମ୍ମାନିତ ଅତିଥି ଭାବେ ସୁଧୀର କୁମାର ପଣ୍ଡା, ବିଜ୍ଞାନ ଶିକ୍ଷକ ଫୁପଗାଁ ପଦ୍ମ କିଶୋର ବେହେରା, ମୋଟେର ସିଆରସିସି ଦିଲୀପ କୁମାର ସାହୁ, ବିଜେପି ନାରିନେତ୍ରୀ କୁନ୍ତୀ ପାଳ ଉପସ୍ଥିତ ଥିଲେ।ପ୍ରଦର୍ଶିତ ବିଜ୍ଞାନ ପ୍ରକଳ୍ପର ପର୍ଯ୍ୟବେକ୍ଷକ ଭାବେ ଅମରେଶ କୁମାର ମୁଣ୍ଡ ଓ ଜଗଦିଶ ଚନ୍ଦ୍ର ସାହୁ ରହିଥିବା ବେଳେ ସଞ୍ଜୟ କୁମାର ପଣ୍ଡା, ଆଦିତ୍ୟ କୁମାର ଦାସ, ରଜନୀ କାନ୍ତ ପୁରୋହିତ, ଚିତ୍ତରଞ୍ଜନ ଦାସ, ଫାଲ୍ଗୁନୀ, ଅମୀୟ କୁମାର ଜେନା, ଲୀଳାନିଧି ପାଟ୍ଟଯୋଷୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନାରେ ବରିଷ୍ଠ ଶିକ୍ଷକ ସାମନ୍ତ କୁମାର ପାଟ୍ଟଯୋଶୀ ସଂଯୋଜନା କରିଥିଲେ।ପରିଶେଷରେ ସାଙ୍ଗଠାନିକ ସମ୍ପାଦକ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବଲ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories