www.samajalive.in
Sunday, December 7, 2025
26.1 C
Bhubaneswar

ଅବସରପ୍ରାପ୍ତ ଜଜ୍‌ଙ୍କ ଝିଅଙ୍କ ୧୦ ମହଲାରୁ ଖସି ମୃତ୍ୟୁ, ଶ୍ୱଶୁର କହିଲେ ଜ୍ୱାଇଁ କରିଛି ହତ୍ୟା..

ଲଖନଉ : ଲଖନଉରେ ଏକ ଆପାର୍ଟମେଣ୍ଟର ୧୦ମହଲାରୁ ଖସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କ ପିତା ନିଜ ଜ୍ୱାଇଁ ଉପରେ ହିଁ ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ପୁଲିସ ଏହି ଘଟଣାରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୁଲିସ କହିବାନୁଯାୟୀ, ଏହି ଘଟଣା ଏସଜିପିଜିଆଇ ଥାନା ଅନ୍ତର୍ଗତ ବୃନ୍ଦାବନ ଯୋଜନାରେ ଅରାବଲୀ ଅଞ୍ଚଳରେ ସନ୍ଧ୍ୟା ସାଢେ ୫ଟା ସମୟରେ ଘଟିଛି । ୧୦ ମହଲାରୁ ଖସି ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କର ୨ ଶିଶୁ ଅଛନ୍ତି ।
ପୁଲିସ କହିବାନୁଯାୟୀ, ମହିଳାଙ୍କ ପିତା ଜଣେ ଅବସରପ୍ରାପ୍ତ ଅତିରିକ୍ତ ଜିଲା ଜଜ୍‌ । ସେ ଅଭିଯୋଗ କହିଛନ୍ତି ଯେ ତାଙ୍କ ଝିଅକୁ ତାଙ୍କ ଜ୍ୱାଇଁ ୧୦ ମହଲାରୁ ଠେଲି ହତ୍ୟା କରିଛି । ବିବାହ ପରେ ହିଁ ଜ୍ୱାଇଁ ତାଙ୍କ ଝିଅକୁ ଟଙ୍କା ପାଇଁ ହଇରାଣ କରୁଥିଲା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ଜମ୍ମୁ-କାଶ୍ମୀର ବିଧାନସଭାରେ ବିଧାୟକଙ୍କ ମଧ୍ୟରେ ଧକ୍କା ଓ ମୁଥ ମରାମରି

- Advertisement -

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories