www.samajalive.in
Friday, December 12, 2025
17.1 C
Bhubaneswar

ନଭେମ୍ବର ୧୦ରୁ ରାଜ୍ୟସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଆରମ୍ଭ

କେନ୍ଦୁଝରଗଡ଼: ୧୪ ଓ ୧୭ବର୍ଷରୁ କମ୍‌‌ ବାଳକ ଓ ବାଳିକାବର୍ଗର ରାଜ୍ୟସ୍ତରୀୟ ଖେଳ଼କୁଦ ପ୍ରତିଯୋଗୀତା ଚଳିତମାସ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ କେନ୍ଦୁଝର ସହର ଉପକଣ୍ଠ ଶଙ୍କରପୁରସ୍ଥିତ ଧରଣୀଧର କ୍ରୀଡା କମ୍ପେ୍ଲକ୍ସରେ ଆରମ୍ଭ ହେବାକୁ ଯାଉଛି। ଏହି ରାଜ୍ୟସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ୩୦ଟି ଜିଲା ସମେତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଦଳକୁ ମିଶାଇ ପ୍ରାୟ ୯୦୦ରୁ ଅଧିକ ଖେଳାଳି ଏବଂ ୨୦୦ରୁ ଅଧିକ ଦଳ ପରିଚାଳକ, ପ୍ରଶିକ୍ଷକ, ରାଜ୍ୟ ତଥା ଜିଲାସ୍ତରୀୟ ଅଧିକାରୀ ବୃନ୍ଦ ସାମିଲ ହେବେ। ୧୦୦ମି., ୨୦୦ମି., ୪୦୦ମି., ୬୦୦ମି., ୮୦୦ମି., ୧୫୦୦ମି., ୩୦୦୦ମି. ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଟ୍ରିପଲ୍‌‌ ଡିଆଁ, ସର୍ଟ ପୁଟ, ଡିସ୍‌‌କସ୍‌‌ ଥ୍ରୋ, ଜାଭେଲିନ ଥ୍ରୋ, ହାମର ଥ୍ରୋ ଆଦି ପ୍ରତିଯୋଗିତାରେ ଖେଳାଳିମାନେ ଅଂଶଗ୍ରହଣ କରିବେ।

ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟଅତିଥି, କେନ୍ଦୁଝର ସାଂସଦ ଅନନ୍ତ ନାଏକଙ୍କ ସମେତ ଜିଲାର ସମସ୍ତ ବିଧାୟକ, ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି ଜିଲା ଶିକ୍ଷା ଅଧିକାରୀ ଗୌରୀରାଣୀ ନାଏକ ଏହା କହିଛନ୍ତି। ଏହି ରାଜ୍ୟସ୍ତରୀୟ ଖେଳ଼କୁଦ ପ୍ରତିଯୋଗିତାର ବ୍ୟାପକ ପ୍ରଚାର ପ୍ରସାର ଉପଲକ୍ଷେ ଆସନ୍ତା ୯ ତାରିଖ ଶନିବାର ସକାଳ ୭ ଘଟିକା ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଜିଲା ଶିକ୍ଷା ବିଭାଗ ଅଧିକାରୀବୃନ୍ଦ, ପ୍ରଧାନଶିକ୍ଷକ-ଶିକ୍ଷୟିତ୍ରୀ, କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ଗଣଦୌଡ଼ ସହର ପରିକ୍ରମା ଅନୁଷ୍ଠିତ ହେବା ସ୍ଥିରୀକୃତ ହୋଇଛି। ରାଜ୍ୟସ୍ତରୀୟ ଖେଳକୁଦ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଗଣ ଉତ୍ତରପ୍ରଦେଶର ଲକ୍ଷେ୍ନାସ୍ଥିତ ଗୁରୁଗୋବିନ୍ଦ ସିଂ ସ୍ପୋର୍ଟସ କଲେଜରେ ନଭେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ଖେଳ଼କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories