www.samajalive.in
Thursday, December 11, 2025
18.1 C
Bhubaneswar

ଆଠଗଡ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଆଠଗଡ: ଆଠଗଡ ପଞ୍ଚାୟତ ସମିତିର ୮ମ ସାଧାରଣ ବୈଠକ ବୁଧବାର ବ୍ଲକ୍ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ମିନତୀ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକଙ୍କ ବ୍ଲକ ପ୍ରତିନିଧି ସୁନିଲ କୁମାର ପରିଡା, ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ବେହେରା, ମିନତୀ ଗାଗରାଇ, ସଦସ୍ଯ ବଳଭଦ୍ର ବାଘଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଭାରପ୍ରାପ୍ତ ବିଡ଼ିଓ ବିଜୟ କେତନ ଚୌଧୁରୀ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ ବିଭିନ୍ନ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା । ବିଶେଷ ଭାବେ ଆମ ଓଡିଶା ନବୀନ ଓଡିଶାର କାର୍ଯ୍ୟକ୍ରମ, ବିଧାୟକ ଉନ୍ନୟନ ପାଣ୍ଠି ବିନିଯୋଗ, ବନ ସୁରକ୍ଷା ସମିତି, ଗ୍ରାମ୍ଯ ଉନ୍ନୟନ କାର୍ଯ୍ୟକ୍ରମ, ଜଳସେଚନ, କ୍ଷୁଦ୍ର ଜଳସେଚନ, କୃଷି, ଉଦ୍ୟାନ କୃଷି, ଗ୍ରାମ୍ଯ ପାନୀୟଜଳ ଯୋଗାଣ, ଜଳଛାୟା ପ୍ରକଳ୍ପ, ପଞ୍ଚାୟତର ବିଦ୍ୟୁତ ବିଲ ସହିତ ଅନ୍ଯାନ୍ଯ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବିଭିନ୍ନ ନିଷ୍ପତ୍ତି ନିଆଯାଇଥିଲା । ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଖାଡ଼ଙ୍ଗା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କିତ ବିବରଣୀ ଉପସ୍ଥାପନ କରିଥିଲେ । ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ରଶ୍ମିରେଖା ନାୟକ ପଞ୍ଚାୟତ ସ୍ତରରେ କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନ ଏବଂ ଅନ୍ୟାନ୍ୟ ଉତ୍ସରୁ ଆସିଥିବା ଅନୁଦାନ ଓ ଖର୍ଚ୍ଚ ବିଷୟରେ ଆଲୋଚନା କରିଥିଲେ । ପଞ୍ଚାୟତ ସମିତି ବୈଠକ ବେଳେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories