www.samajalive.in
Friday, December 12, 2025
26.1 C
Bhubaneswar

ମୋଦୀଙ୍କ ଶାସନ କାଳରେ ଦେଶର ଋଣ ଭାର ୪୯% ବଢିଛି ; ସାଢ଼େ ଚାରି ବର୍ଷରେ ୨୭ ଲକ୍ଷ କୋଟି

ନୂଆଦିଲ୍ଲୀ : ଦେଶର ଋଣ ଭାର ବଢିବାରେ ଲାଗିଛି। ସମ୍ପ୍ରତି ଏହି ଋଣ ଭାର ୮୨ ଲକ୍ଷ କୋଟି ଟଙ୍କା ଟପିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ଦେଶର ଋଣ ଭାର ୪୯% ବୃଦ୍ଧି ଘଟିଛି। କେବଳ ମୋଦୀଙ୍କ ସାଢେ ଚାରି ବର୍ଷର ଶାସନ ସମୟରେ ଏହି ଋଣ ଭାର ୨୭ ଲକ୍ଷ କୋଟିରୁ ଅଧିକ ରହିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଋଣ ସ୍ଥିତି ସମ୍ପର୍କିତ ୮ମ ସଂସ୍କରଣ ଷ୍ଟାଟସ୍‍ ରିପୋର୍ଟରେ ଏହା କୁହାଯାଇଛି। ୨୦୧୪ ଜୁନ୍‍ ପର୍ଯ୍ୟନ୍ତ ଏହି ଋଣ ପରିମାଣ ୫୪,୯୦,୭୬୩ କୋଟି ଟଙ୍କା ରହିଥିଲା। ୨୦୧୮ ସେପ୍ଟେମ୍ବର ସୁଦ୍ଧା କେନ୍ଦ୍ର ସରକାରଙ୍କ ମୋଟ ଋଣ ପରିମାଣ ୮୨,୦୩,୨୫୩ କୋଟି ଟଙ୍କାରେ ପହଞ୍ଚିଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏକ ଋଣ ତଥ୍ୟରେ କୁହାଯାଇଛି। ୨୦୧୪ ଜୁନ୍‍ ଶେଷ ସୁଦ୍ଧା ସୁନା ବଣ୍ଡ୍‍ ଜରିଆରେ ଋଣ ଉଠାଣ ଶୂନ୍ୟ ରହିଛି।
ତେବେ ଗୋଲ୍ଡ ମନେଟାଇଜେଶନ୍‍ ସ୍କିମ୍‍କୁ ଏଥିରେ ସାମିଲ କଲେ ଏହି ଋଣ ପରିମାଣ ୯,୦୮୯ କୋଟି ଟଙ୍କା ରହିଥିବା ଜଣାଯାଇଛି। ଏହି ଷ୍ଟାଟସ୍‍ ରିପୋର୍ଟରେ କେନ୍ଦ୍ର ସରକାର ଦେଶର ମୋଟାମୋଟି ଋଣ ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ଦେଇଛନ୍ତି। ୨୦୧୦-୧୧ଠାରୁ ସରକାର ବାର୍ଷିକ ଭିତ୍ତିରେ ଏଭଳି ଷ୍ଟାଟସ୍‍ ପେପର ପ୍ରକାଶ କରୁଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସରକାରୀ ଋଣରେ ବୃଦ୍ଧି ଘଟିଆସୁଥିବାବେଳେ ଚଳିତ ଆର୍ଥିକବର୍ଷରେ ସରକାରଙ୍କୁ ବିତ୍ତୀୟ ନିଅଣ୍ଟ ଆଡୁ କିଛିଟା ସହଯୋଗ ମିଳିବା ଆଶା କରାଯାଉଛି। ଚଳିତ ଆର୍ଥିକବର୍ଷ ନିମନ୍ତେ ବିତ୍ତୀୟ ନିଅଣ୍ଟ ୬.୨୪ ଲକ୍ଷ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ପ୍ରଥମ ୮ ମାସ ନଭେମ୍ବର ସୁଦ୍ଧା ବିତ୍ତୀୟ ନିଅଣ୍ଟ ୭.୧୭ ଲକ୍ଷ କୋଟି ଟଙ୍କା ରହିଥିଲା।
ସାଢେ ଚାରି ବର୍ଷରେ

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories