ଏଥର ବାଲିଯାତ୍ରାରେ ଭିନ୍ନ ଅନୁଭୂତି, “ଇନ୍‌ଫିନିଟି ୱାଲଡ” ସହ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀ..

କଟକ : ଆସନ୍ତା ୧୫ ତାରିଖରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା । ଏଥର ବାଲିଯାତ୍ରାରେ ଇନ୍‌ଫିନିଟି ୱାଲଡ” ସହ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀ ଉପସ୍ଥାପିତ ହେବାକୁ ଯାଉଛି। ମେଳା ବୁଲିବାକୁ ଆସୁଥିବା ଲୋକଙ୍କୁ ଏକ ଭିନ୍ନ ଅନୁଭୁତି ଦେବ ।  ରାଜ୍ୟରେ ପ୍ରଥମ ଥର ଲାଗି ପ୍ରଦର୍ଶିତ ହେବାକୁ ଯାଉଥିବା ଏହି “ଇନ୍‌ଫିନିଟି ୱାଲଡ” ବା “ଅନନ୍ତ ଦୁନିଆ” ରେ ଦର୍ଶକଙ୍କୁ ହଲିଉଡ ସିନେମା “ଅବତାର”ରେ ପ୍ରଦର୍ଶିତ ହୋଇଥିବା କାଳ୍ପନିକ ଦୁନିଆର ଅନୁଭୁତି ମିଳିବ ବୋଲି କହିଛନ୍ତି ଆୟୋଜକ। ସେହିପରି ଓଡ଼ିଆ ଚଳଚ୍ଚିତ୍ରକୁ ଜନମାନସକୁ ଫେରାଇ ଆଣିବା ସହ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଅସ୍ମିତାକୁ ଲୋକଙ୍କ ମଧ୍ୟରେ ଜାଗୃତ କରାଇବା ପାଇଁ କଟକ ଇନ କଟକ ପାଭିଲିୟନରେ ସ୍ବତନ୍ତ୍ର ଭାବେ ପ୍ରଦର୍ଶିତ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀ।

ବାଲିଯାତ୍ରା ପଡ଼ିଆରେ ଅନୁଭବ ହେବ ହଲିଉଡ ସିନେମା “ଅବତାର”ରେ ପ୍ରଦର୍ଶିତ କାଳ୍ପନିକ ଦୁନିଆର ଅନୁଭୁତି । କାଚର ଚୌହଦି ମଧ୍ୟରେ ଆଲୋକର କରାମତି ଏବଂ ବିଭିନ୍ନ ଆକୃତିର ପ୍ରତିକୃତି ସୃଷ୍ଟି କରିବ ଭିନ୍ନ ଏକ ପରିବେଶ । ଦର୍ଶକମାନେ କାଚ କାନ୍ଥ ଭିତରେ ବୁଲିବୁଲି ଏକ ନୂଆ ଦୁନିଆକୁ ଦେଖିବେ । କଟକ ଇନ୍ କଟକ ଏବଂ ଓରମାସ୍ ମଝିରେ ରହୁଥିବା ଖୋଲା ସ୍ଥାନରେ “ଇନ୍‌ଫିନିଟି ୱାଲଡ” କୁ ସ୍ଥାନିତ କରାଯାଉଛି । ୬୦ ଫୁଟରେ ୮୦ଫୁଟର ଆୟତ କ୍ଷେତ୍ରରେ ଏହାକୁ ଖଞ୍ଜାଯିବ । ଏବଂ ଏହାର ଉଚ୍ଚତା ରହିବ ୨୫ ଫୁଟ୍ । ହଲିଉଡ୍‌ ସିନେମା ‘ଅବତାର’ରେ ପ୍ରଦର୍ଶିତ ହୋଇଥିବା ଏକ ଭିନ୍ନ ଦୁନିଆ ଭଳି ଲୋକେ ଅନୁଭବ ସାଉଁଟିବେ ବୋଲି କହିଛନ୍ତି ଏହାକୁ ବାଲିଯାତ୍ରା ପଡ଼ିଆକୁ ଆଣୁଥିବା ବ୍ୟବସାୟୀ । ତେବେ ଏହାର ଟିକଟ ଦର ପ୍ରାୟ ୧୫୦ରୁ ୨୦୦ ଟଙ୍କା ଭିତରେ ରହିବ ବୋଲି ଆକଳନ କରାଯାଉଛି।

୨୦୨୫ରେ ଶନି-ଗୁରୁଙ୍କ ଚଳନ; ଏହି ରାଶିଙ୍କ ହେବ ସବୁ ସ୍ୱପ୍ନ ପୂରଣ, ହେବେ ଭାଗ୍ୟଶାଳୀ..

ସେପଟେ ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ରଖି ପ୍ରଶାସନ ତରଫରୁ ତଳ ବାଲିଯାତ୍ରା ପଡିଆର କଟକ ଇନ୍ କଟକ ପରିସରରେ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀ। ଏଥିରେ ପ୍ରଦର୍ଶିତ ହେବ ୯ ଦଶନ୍ଧିର ଓଡ଼ିଆ ଚଳଚ୍ଚିତ୍ର କ୍ରମ ବିକାଶର ଚିତ୍ର । ଓଡ଼ିଆ ଚଳଚ୍ଚିତ୍ରର କ୍ରମବିକାଶର ଟିକିନିକି ଚିତ୍ରକୁ ଏଠାରେ ସ୍ଥାନିତ କରାଯିବ । ଓଡ଼ିଆ ଚଳଚ୍ଚିତ୍ର ଉତ୍‌ଥାନରୁ ନେଇ ବର୍ତ୍ତମାନ ସମୟ ଯାଏ ଏକ ଫଟୋଚିତ୍ର ପ୍ରଦର୍ଶନୀ କରାଯିବ । ଯେଉଁଥିରେ ପ୍ରସିଦ୍ଧ କଳାକାର, ସଂଗୀତ ନିର୍ଦ୍ଦେଶକ, ନିର୍ଦ୍ଦେଶକଙ୍କ ଫଟୋଚିତ୍ର ପ୍ରଦର୍ଶିତ ହେବ । ଏକ ଆମ୍ପି ଥିଏଟର କଟକ ଇନ୍ କଟକ ଭିତରେ କରାଯିବ । ଯେଉଁଥିମରେ ପ୍ରାୟ ୧୦୦ ଜଣ ଦର୍ଶକ ଏକାସଙ୍ଗେ ବସି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ପାଇବେ। ଏହା ବ୍ୟତୀତ ସ୍କ୍ରିନରେ ପୁରୁଣା କ୍ଲାସିକ୍ ଓଡ଼ିଆ ଫିଲ୍ମର ପ୍ରଦର୍ଶନ କରାଯିବା ସହ ବିଭିନ୍ନ ସ୍ଥାନରେ ଲୋକପ୍ରିୟ କଳାକାରଙ୍କ ସର୍ବକାଳୀନ ଶ୍ରେଷ୍ଠ ସଂଳାପ ଗୁଡିକ ଧାଡ଼ି ଧାଡ଼ି ହେଇ ଲେଖାଯିବ। କେବଳ ସେତିକି ନୁହେଁ କାରାଓକେରେ ଓଡ଼ିଆ ଗୀତର ଧୂନ ବାଜୁଥିବ ଏବଂ ଯେକେହି ନିଜ ସ୍ବରକୁ ଯୋଡ଼ିପାରି ଗୀତକୁ ଅନୁଭବ କରିପାରିବା ଭଳି ବ୍ୟବସ୍ଥା ହୋଇଛି ।

ବାଲିଯାତ୍ରାରେ ସାଂସ୍କୃତିକ ସଂନ୍ଧ୍ୟାକୁ ରଙ୍ଗିନ କରିବା ପାଇଁ ବଲିଉଡ୍‌ର କଳାକାର ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀମାନେ ଯୋଗ ଦେବେ। ଚଳିତ ବର୍ଷ ବାଲିଯାତ୍ରାକୁ ବଲିଉଡ୍ ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମ, ସୁରେଶ ୱାଡେକରଙ୍କ ସହ ନିଜର ପ୍ରକ୍ଷାତ ବ୍ୟାଣ୍ଡ ବଲ୍ଲିମାରନ୍ ସହିତ ବାଲିଯାତ୍ରାକୁ ଆସିବେ ସିନେ ଅଭିନେତା ତଥା ଗାୟକ ପିୟୁଷ ମିଶ୍ରା ।

Comments are closed.