www.samajalive.in
Sunday, December 14, 2025
14.1 C
Bhubaneswar

କଳାପଥରରେ ଡ୍ରୋନ ସହାୟତାରେ ଚାଷଜମିରେ ପଡ଼ିଲା ସାର, କୀଟନାଶକ

କଳାପଥର(ବାଙ୍କୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିଚାଳିତ ଇଫକୋ ବଜାର ପକ୍ଷରୁ କଟକ ଜିଲ୍ଲା ବାଙ୍କୀ କଳାପଥର ଅଂଚଳର ଚାଷ ଜମିରେ ଉଡିଲା ଅତ୍ୟାଧୁନିକ ଡ୍ରୋନ। କଳାପଥର ଇଫେକୋ ସହ ସେବା ସମବାୟ ସମିତି ସହାୟତାରେ ଡ୍ରୋନ ସହାୟତାରେ ଚାଷ  ଜମିରେ ସ୍ଵଳ୍ପ ଖର୍ଚ୍ଚରେ ସାର ଏବଂ କୀଟନାଶକ ସୀଞ୍ଚନ କରାଯାଇଛି। ଏହି ବ୍ୟବସ୍ଥା ଦ୍ଵାରା ଚାଷୀମାନେ ବେଶ୍ ଲାଭବାନ ହୋଇପାରିବେ ଏବଂ ସାର ଓ କୀଟନାଶକ ସୀଞ୍ଚନ ସମୟରେ ଉପୁଜୁଥିବା ଜୀବନହାନୀ ପରିସ୍ଥିତିରୁ ବି କ୍ଷାନ୍ତ ମିଳିପାରିବ। ଡ୍ରୋନ ଜରିଆରେ ନାନୋ ୟୁରିଆ ବୋତଲ, ନାନୋ ଡ଼ିଏପି ତରଳ ବସ୍ତା ସହ ଫସଲକୁ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ ସ୍ୱଳ୍ପ ଖର୍ଚ୍ଚ ଏବଂ ଅଳ୍ପ ସମୟ ମଧ୍ୟରେ ଏକର ଏକର ଚାଷ ଜମିରେ ନାନୋ କୀଟନାଶକ ଭଳି ତରଳ ଔଷଧ ପକାଯାଇଛି ବୋଲି କହିଛନ୍ତି ଇଫେକୋ ବଜାରର ଅଧିକାରୀ ନିହାର ରଞ୍ଜନ ରାଉତ ଓ କଳାପଥର ସେବା ସମିତିର ସମ୍ପାଦକ ମିର୍ଜା ଅନୱାର ଅଲିବେଗ। ସୂଚନା ଅନୁଯାୟୀ, ଅଦ୍ୟାବଧି ପ୍ରାୟ ୧୫୦ ଏକରରୁ ଊର୍ଦ୍ଧ୍ବ ଚାଷ ଜମିରେ ଡ୍ରୋନ ବ୍ୟବହୃତ କରାଯାଇସାରିଛି। ଏହାଦ୍ଵାରା ସୁଫଳ ମିଳୁଥିବା କହିଛନ୍ତି ସ୍ଥାନୀୟ ଚାଷୀ ବଘେଇ ଗ୍ରାମର କାହ୍ନୁ ଚରଣ ବିଶ୍ୱାଳ, ଲେମ୍ବେରୀ ଗ୍ରାମର ଗଗନ ବିଶ୍ୱାଳ।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories